କରୋନା କଟକଣା ସହ ଅକ୍ଟୋବର ମାସରେ ଖୋଲିବ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀ
Khabar Odisha:All-tourist-attractions-in-the-state-will-open-in-October
ଭୁବନେଶ୍ବର, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା):

କରୋନା କଟକଣା ସହ ଅକ୍ଟୋବର ମାସରେ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଖୋଲିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି। କରୋନା ମହାମାରୀ ପାଇଁ ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳୀ ବନ୍ଦ ରହିଛି।

ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ରାଜ୍ୟରେ ପର୍ଯ୍ୟଟନ ବିକାଶ ସହିତ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି ବୋଲି ସେ ଜଣାଇଛନ୍ତି।

ଆଜି ସକାଳୁ ଭୁବନେଶ୍ବର ଇନଫୋସିଟି ଛକରୁ ଧଉଳି ପର୍ଯ୍ୟନ୍ତ ଏକ ବାଇକ୍‌ ରାଲି କରାଯାଇଛି । ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏହି ରାଲିର ଶୁଭାରମ୍ଭ କରିଥିବା ବେଳେ ଏଥିରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଛନ୍ତି। ସେହିଭଳି ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କଳିଙ୍ଗ ରାଇଡର୍‌ ପକ୍ଷରୁ ଓଡିଶା ବାଏ ରୋଡ୍‌ର ଶୁଭାରମ୍ଭ କରାଯାଇଛି ।

  • Tags:

Subscribe

National International State Sports Entertainment