କରୋନା ମହାମାରୀ ସମୟରେ ସ୍ବେଚ୍ଛାକୃତ ଭାବେ ପ୍ରବାସୀଙ୍କୁ ସହଯ଼ୋଗ ପାଇଁ ମିଳିତ ଜାତିସଂଘ ଦ୍ବାରା ସମ୍ମାନିତ ହେଲେ ଅଭିନେତା ସୋନୁ ସୁଦ
Khabar Odisha:Actor-Sonu-Soodh-was-honored-by-the-United-Nations-for-his-voluntary-assistance-to-migrants-during-the-Corona-epidemic
ନୂଆଦିଲ୍ଲୀ,ସେପ୍ଟେମ୍ବର ୨୯ (ଖବର ଓଡ଼ିଶା):

କରୋନା ମହାମାରୀ ସମୟରେ ଲକଡାଉନ ଯ଼ୋଗେ ବିଭିନ୍ନ ସ୍ଥାନର ପ୍ରବାସୀଙ୍କୁ ସହଯୋଗ କରିବା ଓ ତାଙ୍କୁ ଘରକୁ ଫେରାଇ ଆଣିବାର ସ୍ବେଚ୍ଛାକୃତ ସହାୟତା ପାଇଁ ଅଭିନେତା ସୋନୁ ସୁଦଙ୍କୁ ମିଳିତ ଜାତିସଂଘ ସ୍ପେଶାଲ ହ୍ୟୁମାନିଟାରିଆନ ଆକ୍ସନ ଆୱାର୍ଡରେ ସମ୍ମାନୁତ ହୋଇଛନ୍ତି ।

ସେ ନିଜ ଖର୍ଚ୍ଚରେ ହଜାର ହଜାର ଶ୍ରମିକଙ୍କୁ ନିରାପଦରେ ସେମାନଙ୍କ ଘରକୁ ପଠାଇଥିଲେ ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ନିଯୁକ୍ତିଭିତ୍ତିକ ପୋର୍ଟାଲ ମଧ୍ୟ ସ୍ଥାପନ କରିଥିଲେ । ବିଦେଶରେ ଫସି ରହିଥିବା ଛାତ୍ରମାନଙ୍କୁ ଫେରାଇ ଆଣି ସେ ଏକ ପ୍ରଶଂସନୀୟ କାର୍ଯ୍ୟ ମଧ୍ୟ କରିଥିଲେ । ଛାତ୍ରମାନଙ୍କ ଫିସ୍ ପୂରଣ କରିବାଠାରୁ ଆରମ୍ଭ କରି ଅପରେସନ୍ କରିବା ପର୍ଯ୍ୟନ୍ତ ଟ୍ବିଟରରେ ସାହାଯ୍ୟ ଲୋଡୁଥିବା ପ୍ରତ୍ୟେକ ଅସହାୟ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ତାଙ୍କର ଏହି କାର୍ଯ୍ୟକୁ ଦେଶବିଦେଶରେ ପ୍ରଶଂସା କରାଯାଉଛି ।

ତେଣୁ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ କମିଟି ଦ୍ୱାରା ଏକ ଭର୍ଚୁଆଲ୍ ସମାରୋହରେ ସୋନୁଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଜାତିସଂଘ ଦ୍ୱାରା ସମ୍ମାନିତ ହୋଇ ସୋନୁ ସୁଦ ଖୁସି ବ୍ୟକ୍ତ କରିଛନ୍ତି । ଏହା ଏକ ବିଶେଷ ସମ୍ମାନ ବୋଲି ସୋନୁ କହିଛନ୍ତି । "ମୁଁ ଯାହାବି କରିଛି କୌଣସି ଆଶା ବିନା ଦେଶବାସୀଙ୍କ ପାଇଁ କରିଛି । ତଥାପି, ସମ୍ମାନିତ ହେବା ଭଲ ଲାଗେ ।"

ସୋନୁ ସୁଦଙ୍କ ବ୍ୟତୀତ ଏହି ପୁରସ୍କାର ଆଞ୍ଜେଲିନା ଜୋଲି, ଡେଭିଡ ବେକହମ, ଲିଓନାର୍ଡୋ ଡି କାପ୍ରିଓ, ଏମା ୱାଟସନ, ନିକୋଲ କିଡମ୍ୟାନ ଏବଂ ପ୍ରିୟଙ୍କା ଚୋପ୍ରା ମଧ୍ୟ ପାଇଛନ୍ତି ।

  • Tags:

Subscribe

National International State Sports Entertainment