କୋରାପୁଟ ଜିଲ୍ଲା ବୈପାରୀଗୁଡା ପୋଲିସ ପକ୍ଷରୁ ଅପରେସନ ଗ୍ରୀନକ୍ଲିନ ଅବିଜାନ ଆରମ୍ବ ହୋଇଛି! କୋରାପୁଟ SP ବରୁଣ ଗୁଣ୍ଟୁପାଲି ଙ୍କ ନେତୃତ୍ୱରେ ପୋଲିସ, ରାଜସ୍ବ ଓ ଅବକାରୀ ବିଭାଗ ପକ୍ଷରୁ ରୁ ମିଳିତ ଚଡାଉ କରାଯାଇ 28 ଏକର ଜମିର ବେଆଇନ ଭାବରେ କରାଯାଇଥିବା 12.600ଗଞ୍ଜେଇ ଗଛ କୁ ପୋଡି ନଷ୍ଟ କରିଦିଆଯାଇଛି! ବୈପାରୀଗୁଡା ଥାନା ଅନ୍ତର୍ଗତ ଲେଞ୍ଜା ଗ୍ରାମର ସରକାରୀ ଜଙ୍ଗଲ ଉପରେ ଚଡାଉ କରାଯାଇ ଏହି ଗଞ୍ଜେଇ ଗଛ କୁ ନଷ୍ଟ କରାଯାଇଚି! ବୈପାରୀଗୁଡା ଥାନା ଆଇ.ଆଇ.ସି ଅଶ୍ୱିନୀ କୁମାର ପଟନାୟକ ଏବଂ ଅବକାରୀ ଇନ୍ସପେକ୍ଟର ସମେତ ଥାନାର 10ଜଣ କର୍ମଚାରୀ ଯାଇଥିବା, ଆଇ.ଆଇ.ସି ପଟନାୟକ ସୂଚନା ଦେଇଛନ୍ତି,!
ସୂଚନା ଥାଉ କି ବୈପାରୀଗୁଡା ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ଏହିପରି ସରକାରୀ ଜମି ଉପରେ ସହ ସହ ଏକର ଗଞ୍ଜେଇ ଚାଷ କରାଯାଉଛି କିନ୍ତୁ ଏନେଇ ବନ ବିଭାଗ ପାଖରେ କୌଣସି ସୂଚନା ନାହିଁ,, ବିଗତ ଦିନରେ ବୈପାରୀଗୁଡା ବ୍ଲକର ଦୁର୍ଗମ ଅଞ୍ଚଳ କୁହାଯାଉଥିବା ମାକେଡ଼ି ଗ୍ରାମର 78ଏକର, ଜି.ମାଜିଗୁଡା ଗ୍ରାମ ଏବଂ କାତପଡା ଗ୍ରାମର 38 ଏକର ଜମିର ବେଆଇନ ଭାବେ ହୋଇଥିବା ଗେଞ୍ଜେଇ ଚାଷ କୁ ନଷ୍ଟ କରି ଦିଆଯାଇଥିଲା,!ତେବେ ଏହାର ସ୍ଥାଇ ସମାଧାନ ର ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବୀ ମହଳରୁ ମତ ପ୍ରକାଶ ପାହିଛି "!