60 ବର୍ଷ ପରେ ହ୍ୱାଇଟ ହାଉସରେ ପାଦ ଦେବେ ତିବ୍ଦତର ବରିଷ୍ଠ ନେତା, ବଢିପାରେ ଚୀନ ଓ ଆମେରିକା ମଧ୍ୟରେ ବିବାଦ
Khabar Odisha:A-senior-Tibetan-leader-will-step-into-the-White-House-after-60-years
ୱାଶିଂଟନ, ନଭେମ୍ବର 20 (ଖବର ଓଡ଼ିଶା):

କେନ୍ଦ୍ରୀୟ ତିବ୍ଦତୀୟ ପ୍ରଶାସନର ନିର୍ବାସିତ ସଭାପତି (ରାଷ୍ଟ୍ରପତି) ଡକ୍ଟର ଲବସଙ୍ଗ ସାଙ୍ଗେ (ତିବ୍ଦତୀୟ ସରକାରର ମୁଖ୍ୟ ଭାବରେ ଜଣାଶୁଣା) 60 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକାର ହ୍ୱାଇଟ ହାଉସରେ ପ୍ରବେଶ କରିବେ । ଆମେରିକା ସରକାରଙ୍କ ଏହି ପଦକ୍ଷେପ ପରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତା ଆହୁରି ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି । ହ୍ୱାଇଟ ହାଉସରେ ଡକ୍ଟର ଲବସଙ୍ଗ ସାଙ୍ଗେଙ୍କୁ ଡାକିବା ପରେ ଚୀନ୍ ଆମେରିକା ଉପରେ ଅଭିଯୋଗ କରିଛି ଯେ ଆମେରିକା ଜାଣିଶୁଣି ଏହି ଅଞ୍ଚଳରେ ଅସ୍ଥିରତା ଆଣିବାକୁ ଚାହୁଁଛି ।

ଏହି ବୈଠକ ପରେ କେନ୍ଦ୍ରୀୟ ତିବ୍ଦତୀୟ ପ୍ରଶାସନ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ଡକ୍ଟର ଲବସଙ୍ଗ ସାଙ୍ଗେଙ୍କୁ ଶୁକ୍ରବାର ଦିନ ହ୍ୱାଇଟ୍ ହାଉସରେ ତିବ୍ଦତୀୟ ପ୍ରସଙ୍ଗରେ ଆଲୋଚନା ପାଇଁ ସ୍ୱତନ୍ତ୍ର ଆମେରିକୀୟ ସଂଯୋଜକ ରବର୍ଟ ଡେଷ୍ଟ୍ରୋଙ୍କ ସହ ଭେଟିବାକୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଛି ।

  • Tags:

Subscribe

National International State Sports Entertainment