କଟକର ସଦଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, କରୋନା ଆକ୍ରାନ୍ତ ସ୍ଥାନାନ୍ତର
Khabar Odisha:A-fire-broke-out-at-Sadguru-covid-Hospital-in-Cuttack-district
କଟକ, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା):

କଟକ ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି । ଏହାର ଆଇସିୟୁରେ ନିଆଁ ଲାଗିଥିବା କୁହାଯାଉଛି । ଘଟଣାସ୍ଥଳରେ ଦୁଇଟି ଦମକଳ ଗାଡି ପହଞ୍ଚି ନିଆଁଲିଭା କାମରେ ନିୟୋଜିତ ହୋଇଛନ୍ତି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନି ।

ହସ୍ପିଟାଲରୁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । କଟକରୁ ୧୦ରୁ ଅଧିକ ଆମ୍ବୁଲାନ୍ସ ଡକାଯାଇ ରୋଗୀଙ୍କୁ ପଠାଯାଉଛି । ଜିଲ୍ଲାପାଳ, ଡିସିପି ଓ ସିଏମସି କମିଶନର ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣାଯାଇଛି ।

ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ କିଛି ପ୍ରତ୍ୟକ୍ଷଦର୍ଶୀ ଆଇସିୟୁ ଭିତରେ ଅକ୍ସିଜେନ ସିଲିଣ୍ଡର ଫାଟିବା ପରେ ଅଗ୍ନିକାଣ୍ଡ ଘଟିଥିବା କହୁଛନ୍ତି । ଆଇସିୟୁରେ ଥିବା ସମସ୍ତ ରୋଗୀ ଓ ହସ୍ପିଟାଲର କର୍ମଚାରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଚିଫ୍ ଫାୟାର ଅଫିସର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ସମସ୍ତ କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ହସ୍ପିଟାଲରେ ଥିବା ସମସ୍ତ ୧୨୭ ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ସେ କହିଛନ୍ତି ।

  • Tags:

Subscribe

National International State Sports Entertainment