ରାଜଧାନୀ ଭୁବନେଶ୍ବରରେ ସଙ୍ଗୀନ ହେଉଛି କରୋନା ସ୍ଥିତି, ଆଜି ପୁଣି ୪୬ ଚିହ୍ନଟ , ସେଥିରୁ ୨୪ ଲୋକାଲ କେସ
Khabar Odisha:46-Corona-positive-in-Bhubaneswar
ଭୁବନେଶ୍ୱର, ଜୁଲାଇ 8 ( ଖବର ଓଡ଼ିଶା):

 ରାଜଧାନୀ ଭୁବନେଶ୍ୱର ସଂଘାତିକ ହେଉଛି କରୋନାସ୍ଥିତି। ଆଜି ପୁଣି ଚିହ୍ନଟ ହୋଇଛନ୍ତି ଆଉ ୪୬ କରୋନା ଆକ୍ରାନ୍ତ । ୪୬ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ ୨୨ ଏବଂ ଲୋକାଲ କେସ୍ ୨୪ ଥିବା ବିଏମସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦେଇଛି। 

ଆକ୍ରାନ୍ତଙ୍କ ମଧ୍ୟରୁ ପାତ୍ରପଡ଼ାରୁ ଜଣେ, କଟକ ରୋଡ୍ ପୋଷ୍ଟ ଅଫିସ୍ ପାଖରୁ ଜଣେ, ଘରୋଇ ହସ୍ପିଟାଲରୁ ୩ ଆକ୍ରାନ୍ତ ,  ୟୁନିଟ୍-୮ ବଏଜ୍ ହାଇସ୍କୁଲ ନିକଟରୁ ଜଣେ,  ନୟାପଲ୍ଲୀରୁ ଜଣେ,  ଘାଟିକିଆ ପର୍ଶୁରାମ ମନ୍ଦିର ନିକଟରୁ ଜଣେ, ନୟାପଲ୍ଲୀ ବେହେରା ସାହିରୁ ଜଣେ ଓ ବମିଖାଲରୁ ଜଣେ, ପୋଖରୀପୁଟ କେଶରୀ ଭିଲ୍ଲା ପାଖରୁ ଜଣେ, କୋଳଥିଆରୁ ଜଣେ ଚିହ୍ନଟ ହୋଇଛନ୍ତି।

ସେହିପରି ଜୟଦେବ ବିହାରର ଏକ ଆପାର୍ଟମେଣ୍ଟରୁ ଜଣେ, ଏକ ସରକାରୀ ହସ୍ପିଟାଲର ୨ ମହିଳା କର୍ମଚାରୀ, କଳିଙ୍ଗନଗରରୁ ଜଣେ, ୟୁନିଟ୍-୬ ଗଙ୍ଗନଗରରୁ ଜଣେ, ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅନ୍ୟ ଜିଲ୍ଲାର ଜଣେ ଆକ୍ରାନ୍ତ ହୋଇଛନ୍ତି। 

ଘରୋଇ ହସ୍ପିଟାଲରେ ଚିକିତ୍ସିତ ପାତ୍ରପଡ଼ାରୁ ଜଣେ, ଖଣ୍ଡଗିରିରୁ ଜଣେ ଚିହ୍ନଟ ହୋଇଛନ୍ତି।

ସେହିପରି ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରେ ୫୨୫ ଜଣ ମୋଟ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୫ ଜଣ ସୁସ୍ଥ ହୋଇଛନ୍ତି।

  • Tags:

Subscribe

National International State Sports Entertainment