ରାଜଧାନୀରେ ଜଟିଳ ହେଉଛି କରୋନା ସ୍ଥିତି : ଆଜି ପୁଣି ୩୨ ଆକ୍ରାନ୍ତ ଚିହ୍ନଟ, ଲୋକାଲ କେସ ବଢ଼ାଉଛି ଚିନ୍ତା
Khabar Odisha:32-Corona-positive-in-Bhubaneswar
ଭୁବନେଶ୍ୱର, ଜୁଲାଇ ୯( ଖବର ଓଡ଼ିଶା):

 ରାଜଧାନୀ ଭୁବନେଶ୍ବରରେ ମାଡ଼ି ଚାଲିଛି ମହାମାରୀ କରୋନା ।

ଭୁବନେଶ୍ୱରରୁ ଆଜି ଆଉ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ । 

ଆଜି ଭୁବନେଶ୍ୱରରୁ ଚିହ୍ନଟ ୩୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଟି କ୍ୱାରେଣ୍ଟିନ୍‌, ୧୮ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି। ତେବେ ଆଜି ଭୁବନେଶ୍ୱରରେ ଆଉ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। 

ନୂଆ ଆକ୍ରାନ୍ତ ଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୫୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୦୨ଜଣ ସୁସ୍ଥ ହୋଇଥିବାବେଳେ ୨୪୭ଜଣ ଚିକିତ୍ସାଧୀନ ଅଛନ୍ତି। ୭ଜଣଙ୍କ ମୃତ୍ୟୁ ଘଟିଛି।

  • Tags:

Subscribe

National International State Sports Entertainment