ରାଜ୍ୟରେ ତଳ ମୁହାଁ ସଂକ୍ରମଣ ତଥାପି ଫେରୁଛି କଣ୍ଟମେଣ୍ଟ ଜୋନ୍‌, କଟକ ରେ ୩ ଟି ଗାଁ କୁ ମାଇକ୍ରୋ କଣ୍ଟମେଣ୍ଟ ଜୋନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ
Khabar Odisha:3-Village-Of-Cuttack-Declared-as-micro-Containment-zone

କଟକ, ଜୁନ୍ ୧୦ (ଖବର ଓଡ଼ିଶା): ରାଜ୍ୟରେ ଏବେ ତଳ ମୁହାଁ କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଟ୍ରେଣ୍ଡ ୧୦ ହଜାର ତଳେ ରହିଥିାରୁ ଆସ୍ୱସ୍ଥ ହେଉଛନ୍ତି ଲୋକେ ମାତ୍ର ଏବେବି କିଛି ସ୍ଥାନରେ ଫେରୁଛି କଣ୍ଟନମେଣ୍ଟ ଜୋନ୍ । 

ଆଜି କଟକ ଜିଲ୍ଲା ନିଆଳୀ ବ୍ଳକ୍ ର ୩ ଟି ଗ୍ରାମକୁ ଜିଲ୍ଲା ପ୍ରଶାସନ ଦ୍ୱାରା ମାଇକ୍ରୋ କଣ୍ଟନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବ୍ଳକ୍ ର ମାଗୁରାକୁଦ, କଣ୍ଟିଶାଳ, ବିଳାଶୁଣୀ ଗ୍ରାମ କୁ ଜିଲ୍ଲା ପ୍ରଶାସନ ଦ୍ୱରା ମାଇକ୍ରୋ କଣ୍ଟନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ସୂଚନା ମିଳିଛି ।

ଏହି ୩ ଟି ଗ୍ରାମରେ ଲଗାତାର ଭାବରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିଛି । ଆଜି ଠାରୁ ଏହି ୩ଟି ଗ୍ରାମରେ କଟକଣା ଲାଗୁ ହୋଇଛି । ସୂଚନା ଅନୁସାରେ ଆସନ୍ତା ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଏହି ୩ ଟି ଗ୍ରାମରେ କଟକଣା ବଳବତ୍ତର ରହିବ ।

କଟକଣା ଲଗାଯାଇଥିବା ସମୟରେ ଯେଉଁଭଳି ଭାବରେ ଅତ୍ୟାବଶକ ସେବା ପ୍ରଭାବିତ ନ ହୁଏ ସେଥି ପ୍ରତି ଧ୍ୟାନ ଦେବାକୁ ତହସିଲଦାର ଙ୍କ ସମତେ କିଛି ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ପକ୍ଷରୁ ଦାୟିତ୍ୱ ଦିଆଯାଇଛି ।

  • Tags:

Subscribe

National International State Sports Entertainment