ରାଜଧାନୀ ଭୁବନେଶ୍ୱରରୁ 24 ନୂତନ କରୋନା ରୋଗୀ ଚିହ୍ନଟ, ଟ୍ୱିଟ କରି ସୂଚନା ଦେଲା ବିଏମସି
Khabar Odisha:24-new-corona-patients-identified-from-capital-Bhubaneswar-tweeted-BMC
ଭୁବନେଶ୍ୱର, ଜୁଲାଇ ୦୩ (ଖବର ଓଡ଼ିଶା):

ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଆଜି ଶୁକ୍ରବାର ଭୁବନେଶ୍ୱରରେ ଆଉ ୨୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୦ ଜଣ ଚିହ୍ନଟ ହୋଇଥିବାବେଳେ ୪ ଜଣ ଲୋକାଲ କଣ୍ଟାକ୍ଟ କେସ ବୋଲି ଜଣାଯାଇଛି ।

ଲୋକାଲ କଣ୍ଟାକ୍ଟ କେସରେ ଗୋଟିଏ ଘରୋଇ ହସ୍ପିଟାଲର ୩ ଜଣ ମହିଳା ଆକ୍ରାନ୍ତ ହୋଇଛନ୍ତି । ଏହାଛଡ଼ା ଖଣ୍ଡଗିରି ଅଞ୍ଚଳର ଜଣେ ମହିଳା ମଧ୍ୟ ଲୋକାଲ କଣ୍ଟାକ୍ଟରେ ସଂକ୍ରମତି ହୋଇଛନ୍ତି ।

ସେହିପରି ଏୟାରପୋର୍ଟ କଲୋନୀ, କୋଳଥିଆ ପିପିଏଲ କଲୋନୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାଲିଆସାହି ଶ୍ରୀକୃଷ୍ଣ ନଗର କ୍ୱାରେଣ୍ଟାଇନ କେନ୍ଦ୍ରରୁ ମଧ୍ୟ ୨ ଜଣ ଚିହ୍ନଟ ହୋଇଛନ୍ତି । ବିଶାଖାପାଟଣା ଲିଙ୍କରେ ଆଉ ୨ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ପଜିଟିଭ ଲିଙ୍କରେ ଜଣେ ମହିଳା କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଶୈଳଶ୍ରୀ ବିହାର ଓ ବରମୁଣ୍ଡା ଏଚବି କଲୋନୀରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ମଞ୍ଚେଶ୍ୱର ପ୍ରତିଦିନ ଅଫିସ ପାଖରୁ ୯ ଜଣ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ନୟାପଲ୍ଲୀରୁ ଜଣେ ଓ ଅନ୍ୟ ଜଣେ ରେଲୱେ ଷ୍ଟାଫ ମଧ୍ୟ ସଂକ୍ରମତି ହୋଇଛନ୍ତି । ଅନ୍ୟପକ୍ଷରେ ଭୁବନେଶ୍ୱରର ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment