ବାଲିଗୁଡାରୁ ୧୧୬ କେଜି ଗଂଜେଇ ଜବତ, ଦୁଇ ଗିରଫ
Khabar Odisha:116-kg-ganja-seized-in-Kandhamal
ବାଲିଗୁଡା, ଜୁଲାଇ ୪ (ଖବର ଓଡିଶା);

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅର୍ନ୍ତଗତ ଡୁଙ୍ଗେରି ଗ୍ରାମରେ ୧୧୬ କେଜି ଗଂଜେଇ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଛି ଏସ.ଟି.ଏଫ ।


ଏକ ବିଶେଷ ସୂତ୍ରରୁ ଖବର ପାଇ ଏସ.ଟି.ଏଫ ର ଏକ ଟିମ ଡୁଙ୍ଗେର ଗ୍ରାମରେ ଅର୍ତକିତ ଭାବେ ଚଢାଉ କରିବା ସହ ଦୁଇ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ହେମନ୍ତ ଦିଗଲ ଏବଂ ଭାସ୍କର ମଲ୍ଲିକ । ଉଭୟଙ୍କ ଘର ଡୁଙ୍ଗେରି ଗ୍ରାମରେ ବୋଲି ଜଣାପଡିଛି । ତେବେ ପୋଲିସ ମଧ୍ୟ ତାଙ୍କଠାରୁ ୧୧୬ କେଜି ଗଂଜେଇ ଜବତ କରିଛି । 


ଉଭୟଙ୍କ ନାମରେ ବାଲିଗୁଡା ପୋଲିସ ଷ୍ଟେସନରେ ଏକ ମାମଲା ରୁୁଜୁ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ଏସ.ଟି.ଏଫ ।

  • Tags:

Subscribe

National International State Sports Entertainment