ନୂଆଦିଲ୍ଲୀ: କତାର ରାଜଧାନୀ ଦୋହା ଉପରେ ଇସ୍ରାଏଲର ଆକ୍ରମଣ ପରେ ଆରବ ଇସଲାମିକ୍ ସମ୍ମିଳନୀ ଆରମ୍ଭ ହୋଇଛି । ଯେଉଁଥିରେ ୫୦ ରୁ ଇସଲାମିକ ଦେଶ ଅଂଶ ଗ୍ରହଣ କରଛନ୍ତି । କତାର ଦ୍ୱାରା ଆୟୋଜିତ ଏହି ବୈଠକରେ ସାଉଦି ଆରବ, ଇରାନ, ପାକିସ୍ତାନ, ତୁର୍କୀ ଭଳି ପ୍ରଭାବଶାଳୀ ମୁସଲିମ ଦେଶ ଅଂଶଗ୍ରହଣ କରୁଛନ୍ତି । ଇସ୍ରାଏଲ ଉପରେ ରୋକ ଲଗାଇବାକୁ ସମ୍ମିଳନୀରେ ବଡ଼ ନିଷ୍ପତ୍ତି ହୋଇପାରେ ।
ଆରବ ଇସଲାମିକ ଜରୁରୀକାଳୀନ ସମ୍ମିଳନୀ ପୂର୍ବରୁ ରବିବାର ଦୋହାରେ ମୁସଲିମ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସୋମବାର ଆରବ ଲିଗ୍ ଏବଂ ଇସଲାମିକ ସହଯୋଗ ସଂଗଠନର ବୈଠକରେ ଏଥିରେ ଆଲୋଚନା କରାଯାଇଥିଲା । କତାରର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଏହି ଶିଖର ସମ୍ମିଳନୀରେ କତାର ଉପରେ ଇସ୍ରାଏଲର ଆକ୍ରମଣର ଜବାବ ଆଲୋଚନା କରାଯିବ। ଏହି ସମୟ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇପାରେ । ୫୦ରୁ ଅଧିକ ଦେଶର ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତି ଯୋଗୁଁ ବିଶ୍ୱ ଏହି ବୈଠକ ଉପରେ ନଜର ରଖିଛି । ୫୭ ସଦସ୍ୟ ବିଶିଷ୍ଟ ଇସଲାମିକ ସହଯୋଗ ସଂଗଠନ (OIC)ର ଆରବ-ଇସଲାମିକ ସମ୍ମିଳନୀରେ ମୁସଲିମ ବିଶ୍ୱର ରାଷ୍ଟ୍ର ଏବଂ ସରକାର ମୁଖ୍ୟଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଯୋଗଦେବାର ଆଶା କରାଯାଉଛି। କୂଟନୀତିଜ୍ଞମାନେ କହିଛନ୍ତି ଯେ ଦୋହା ସମ୍ମିଳନୀରେ ୫୦ ରୁ ଅଧିକ OIC ସଦସ୍ୟ ଦେଶ ଯୋଗଦେବେ। ଏହା ଆମେରିକା ଏବଂ ଇସ୍ରାଏଲକୁ ଏକ ଦୃଢ଼ ବାର୍ତ୍ତା ଦେବ।
ଆରବ ଲିଗ୍ ମହାସଚିବ ଅହମଦ ଅବୁଲ ଘୈତ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଏହି ସମାବେଶର ବାର୍ତ୍ତା ସ୍ପଷ୍ଟ ଯେ କାତାର ଏକା ନୁହେଁ, ଆରବ ଏବଂ ଇସଲାମିକ ଦେଶଗୁଡ଼ିକ ତାଙ୍କ ସହିତ ଠିଆ ହୋଇଛନ୍ତି। କାତାର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବଦୁଲରହମାନ ଅଲ-ଥାନି ରବିବାର ବୈଠକରେ କହିଛନ୍ତି ଯେ ଇସ୍ରାଏଲ ସମସ୍ତ ସୀମା ଅତିକ୍ରମ କରିଛି। ଏପରି ପରିସ୍ଥିତିରେ, ଅନ୍ତର୍ଜାତୀୟ ସମୁଦାୟକୁ ଦ୍ୱୈତ ମାନଦଣ୍ଡ ଗ୍ରହଣ କରିବା ବନ୍ଦ କରିବାକୁ ପଡିବ ଏବଂ ଇସ୍ରାଏଲକୁ ଦଣ୍ଡ ଦେବାକୁ ପଡିବ। ସେ କହିଛନ୍ତି ଯେ ଇସ୍ରାଏଲ ଉପରେ ଲଗାମ ଲଗାଇବା ଆବଶ୍ୟକ କାରଣ ଏହା କୌଣସି ଅନ୍ତର୍ଜାତୀୟ ନିୟମର ଚିନ୍ତା କରେ ନାହିଁ।
ଇସ୍ରାଏଲ ଉପରେ ରୋକ ଲଗାଇବାକୁ ଏହି ବୈଠକ ଆମେରିକା ଉପରେ ମଧ୍ୟ ଚାପ ପକାଇବ ବୋଲି ବୈଦେଶିକ ବିଶେଷଜ୍ଞମାନେ ଆଶା ପ୍ରକାଶ କରୁଛନ୍ତି ।