ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଅନୁଯାୟୀ, ୧୯ ଜୁଲାଇ ୨୦୨୬ ସନ୍ଧ୍ୟାରେ ହୋଇଥିବା ଏହି ଆକ୍ରମଣ ସମୟରେ ଜାହାଜରେ ୧୭ ଜଣ କ୍ରିୟୁ (ଚାଳକ ଦଳ) ସଦସ୍ୟ ଥିଲେ, ଯେଉଁଥିରେ ପାଞ୍ଚ ଜଣ ଭାରତୀୟ ନାଗରିକ ସାମିଲ ଥିଲେ। ସୂଚନା ଅନୁଯାୟୀ, ଆକ୍ରମଣରେ ଚାରି ଜଣ ଭାରତୀୟଙ୍କ ଜୀବନ ଚାଲିଯାଇଛି। ଭାରତ ସରକାର ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରକାଶ କରିବା ସହ ଆହତ ଭାରତୀୟଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।
ୟୁକ୍ରେନର ଓଡେସା ବନ୍ଦରରୁ ବାହାରିଥିବା ବାଣିଜ୍ୟିକ ମାଲବାହୀ ଜାହାଜ ଏମଭି ଗୋଲ୍ଡେନ୍ ଲିଓ (MV GOLDEN LEO) ଉପରେ ହୋଇଥିବା ଆକ୍ରମଣରେ ୪ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି, ଯେତେବେଳେ କି ଜଣେ ଭାରତୀୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ଉପରେ ଭାରତ କଡ଼ା ବିରୋଧ ଦର୍ଶାଇବା ସହ ବାଣିଜ୍ୟିକ ଜାହାଜଗୁଡ଼ିକୁ ଟାର୍ଗେଟ୍ କରାଯିବାକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ଅନୁଯାୟୀ, ୧୯ ଜୁଲାଇ ୨୦୨୬ ସନ୍ଧ୍ୟାରେ ହୋଇଥିବା ଏହି ଆକ୍ରମଣ ସମୟରେ ଜାହାଜରେ ୧୭ ଜଣ କ୍ରିୟୁ ସଦସ୍ୟ ଥିଲେ, ଯେଉଁଥିରେ ପାଞ୍ଚ ଜଣ ଭାରତୀୟ ନାଗରିକ ସାମିଲ ଥିଲେ। ସୂଚନା ଅନୁଯାୟୀ, ଆକ୍ରମଣରେ ଚାରି ଜଣ ଭାରତୀୟଙ୍କ ଜୀବନ ଚାଲିଯାଇଥିବା ବେଳେ ଜଣେ ଭାରତୀୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ସମ୍ପୂର୍ଣ୍ଣ ଘଟଣାବଳୀ ଉପରେ କ୍ରମାଗତ ନଜର ରଖିଛନ୍ତି ଏବଂ ପ୍ରଭାବିତ ଭାରତୀୟଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି।