ରୁଷ୍ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ବଯୁଦ୍ଧରେ ପରିଣତ ହେବ ବୋଲି ସମସ୍ତଙ୍କର ଆଶଙ୍କା । ଏହାରି ମଧ୍ୟରେ ଭାରତ ପାଇଁ ଏକ ଦୁଃଖଦ ଖବର ଆସିଛି । ଏହି ଯୁଦ୍ଧରେ ଦୁଇଜଣ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି । ଏହି ଖବର ରୁଷ୍ ସେନା ପକ୍ଷରୁ ମିଳିଛି । ସେଥିପାଇଁ ରୁଷ୍ ସେନାରେ ଭାରତୀୟ ନାଗରିକଙ୍କୁ ନିଯୁକ୍ତି ନ ଦେବା ସହିତ ସେମାନଙ୍କୁ ଯେଉଁ ଭାରତୀୟ ନାଗରିକ ରୁଷ୍ ସେନାରେ ଅଛନ୍ତି ସେମାନଙ୍କୁ ଭାରତକୁ ପଠାଇବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦିଆଯାଇଛି ।