ସୋମବାର ସିଡ୍ନୀର ଚର୍ଚ୍ଚରେ ହେଲା ଛୁରା ମାଡ଼ । ଏହି ଘଟଣାରେ ଚର୍ଚ୍ଚରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଛୁରା ମାଡ଼ରେ ଶାନ୍ତ ପରିବେଶ ହୋ ହାଲାରେ ଫାଟି ପଡିଥିଲା । ସୂଚନା ଅନୁସାରେ, ଅଷ୍ଟ୍ରେଲିଆର ସିଡ୍ନୀର ଏକ ଚର୍ଚ୍ଚରେ ପଶି ଜଣେ ଦୁର୍ବୁତ୍ତ ଚର୍ଚ୍ଚରେ ଉପସ୍ଥିତ ଥିବା ଲୋକଙ୍କ ଉପରକୁ ଛୁରା ମାଡ଼ କରିଥିଲେ ।
ଛୁରା ମାଡ଼ରେ କେତେକ ଲୋକ ଆହତ ମଧ୍ୟ ହୋଇଥିଲେ । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସୋଭାଗ୍ୟ ବଶତଃ , କେହି ଗୁରୁତର ଆହତ ହୋଇନ ଥିଲେ । ଛୁରା ମାଡ଼ରେ ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା । ସମସ୍ତେ ଭୟରେ ଏଣେତେଣେ ଦୌଡ଼ି ପଳାଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହିତ ଘଟଣାର ଅଧିକ ଯାଞ୍ଚ କରୁଛି ।