କଲମ୍ବୋରେ ଆୟୋଜିତ ଆଇଆଇଆଇଇ ସିଇଓ ସମ୍ମିଳନୀରେ ସମ୍ମାନିତ ହେଲା ସୋଆ
Khabar Odisha:SOA-has-been-honored-with-the-prestigious-Performance-Excellence-Award-at-Colombo
ଖବର ଓଡିଶା : 16/05/2023:

ଭୁବନେଶ୍ୱର: ସୋମବାର ଜାତୀୟ ସ୍ତରୀୟ ବୃତ୍ତିଗତ ଅନୁଷ୍ଠାନ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ (ଆଇଆଇଆଇଇ) ପକ୍ଷରୁ ଶ୍ରୀଲଙ୍କାର କଲମ୍ବୋରେ ନିକଟରେ ଆୟୋଜିତ ୨୩ତମ ସିଇଓ ସମ୍ମିଳନୀରେ ସମ୍ମାନଜନକ “ପରଫର୍ମାନ୍ସ ଏକ୍ସିଲେନ୍ସ ଆୱାର୍ଡ”ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସମ୍ମାନିତ କରାଯାଇଛି । ଆଇଆଇଆଇଇ ଜାତୀୟ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଡକ୍ଟର ଅମୀୟ ବେହେରା ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କୁ ଏଠାରେ ଭେଟି ଏହି ସମ୍ମାନ ପ୍ରଦାନ କରିଛନ୍ତି । କାର୍ଯ୍ୟଧାରାରେ ଶ୍ରେଷ୍ଠତା ହାସଲ କରିବାର ଲକ୍ଷ୍ୟ ନେଇ ଅବିରତ ଉଦ୍ୟମ ଜାରି ରଖିଥିବାରୁ ସୋଆକୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଡକ୍ଟର ବେହେରା କହିଛନ୍ତି । 

ଏହି ସମ୍ମିଳନୀଟି ମେ’ ୫ ରୁ ୭ ତାରିଖ ପର୍ଯ୍ୟନ୍ତ କଲମ୍ବୋ ଠାରେ ଆୟୋଜିତ ହୋଇଥିବା ବେଳେ ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ଥିଲା “ସର୍କୁଲାର ଇକୋନୋମି ଆଣ୍ଡ ଷ୍ଟ୍ରାଟେଜିକ୍ ସଷ୍ଟେନେବଲ ଡେଭଲପ୍‌ମେଂଟ” । ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ଆପଣାଇଥିବା ଅନୁଷ୍ଠାନମାନଙ୍କୁ ଚିହ୍ନଟ ଓ ସମ୍ମାନିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ।  ସମ୍ମିଳନୀରେ ମ୍ୟାନେଜମେଂଟ ଗୁରୁ, ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ନେତୃତ୍ୱ, ରାଷ୍ଟ୍ରଦୂତ, ଶିକ୍ଷାବିତ୍‌, ଗଣମାଧ୍ୟମ ବ୍ୟକ୍ତିବିଶେଷ, କର୍ପୋରେଟ ନେତୃତ୍ୱ ଏବଂ ବିଶ୍ୱର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ସାମିଲ ହୋଇ ସେମାନଙ୍କର ବିଚାରଧାରା ଓ ଗବେଷଣା ସମ୍ପର୍କିତ ମତ ଉପସ୍ଥାପନ କରିଥିଲେ । ବିଗତ ୬ ଦଶନ୍ଧି ହେବ ଆଇଆଇଆଇଇ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ କ୍ଷେତ୍ରକୁ ପରିବ୍ୟାପ୍ତ, ବିକଶିତ ଓ ଉନ୍ନତ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରିଆସୁଛି । 

Subscribe

National International State Sports Entertainment