ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆଜି ମଙ୍ଗୋଲିଆ ଗସ୍ତରେ ପହଞ୍ଚିଛନ୍ତି। ସୋଭିଏତ-ମଙ୍ଗୋଲିଆ ସୈନ୍ୟଙ୍କ ଜାପାନ ଉପରେ ମିଳିତ ବିଜୟର ୮୫ ତମ ବାର୍ଷିକୀ ଅବସରରେ ପୁଟିନଙ୍କ ଏହି ଗସ୍ତ କରିଛନ୍ତି। ମଙ୍ଗୋଲିଆ ପହଞ୍ଚିବା ମାତ୍ରେ ପୁଟିନଙ୍କ ଗିରଫ ଦାବି ଜୋର ଧରିଛି, ଯାହା ଉପରେ ସମଗ୍ର ବିଶ୍ୱର ନଜର ମଧ୍ୟ ରହିଛି।
ୟୁକ୍ରେନ ମଧ୍ୟ ପୁଟିନଙ୍କ ଗିରଫଦାରୀକୁ ନେଇ ମୁହଁ ଖୋଲିଛି। ପ୍ରକୃତରେ ଏହି ଦାବି କରାଯାଉଛି କାରଣ ଅନ୍ତର୍ଜାତୀୟ ଅପରାଦିମ ଅଦାଲତ ପୁଟିନଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କରିଛନ୍ତି ଏବଂ ମଙ୍ଗୋଲିଆ ଏହି ଅଦାଲତର ଏକ ସଦସ୍ୟ ଦେଶ। ଗତବର୍ଷ ପୁଟିନଙ୍କ ଗିରଫ ପରୱାନା ଜାରି ହେବା ପରେ ଅନ୍ତର୍ଜାତୀୟ ଅପରାଧିକ ଅଦାଲତ (ଆଇସିସି)ର କୌଣସି ସଦସ୍ୟଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ ଥିଲା।
ସୂଚନାଯୋଗ୍ୟ, ଏହି ହାଇପ୍ରୋଫାଇଲ ଗସ୍ତ ଯୋଗୁଁ ପୁଟିନଙ୍କୁ ଉଲାନବାଟରରେ ଅବତରଣ କରିବା ପରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହାକୁ ଆନ୍ତର୍ଜାତିକ ନ୍ୟାୟାଳୟ ଏବଂ ପାଶ୍ଚାତ୍ୟ ଦେଶର ଅଧିକାର ସଂଗଠନଗୁଡ଼ିକର ଅବମାନନା ଭାବରେ ଦେଖାଯାଏ । ୨୦୨୨ରେ ରୁଷୀୟ ସୈନ୍ୟମାନେ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ୟୁକ୍ରେନର ପିଲାମାନଙ୍କୁ ବେଆଇନ ଭାବେ ପ୍ରତ୍ୟାର୍ପଣ ଅଭିଯୋଗରେ ରୁଷୀୟ ନେତା ହେଗସ୍ଥିତ ଏକ ଅଦାଲତରେ ଖୋଜୁଛନ୍ତି।
ଅଧିକ ଖବର: ବ୍ରୁନେଇ-ସିଙ୍ଗାପୁର ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ