ସିଡନୀରେ ଭାରତୀୟଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
Khabar Odisha:Prime-Minister-Narendra-Modi-and-Australian-Prime-Minister-Anthony-Albanese-arrive-at-the-Qudos-Bank-Arena-in-Sydney-amid-a-rousing-welcome
ଖବର ଓଡିଶା : 23/05/2023

ପାପୁଆ ନ୍ୟୁ ଗିନି ପରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ଅବସରରେ ସିଡନୀରେ ୨୦ ହଜାର ପ୍ରବାସୀ ଭାରତୀୟଙ୍କୁ ଅଲମ୍ପିକ ପାର୍କରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ସେଠାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଥିଲେ କି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସଂପର୍କ ବିଶ୍ୱାସ ଓ ପ୍ରତି ସମ୍ମାନ ଉପରେ ଅଧାରିତ । ଏହାସହ ଜନସମାଗମକୁ ଦେଖି ପ୍ରଧାନମନ୍ତ୍ରୀ ଏହାକୁ ଏକ ଛୋଟ ଭାରତ ବୋଲି କହିଛନ୍ତି । ସେପଟେ ଭାରତ ଏବେ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାବେ ପରିଗଣିତ ହୋଇଥିବା ବେଳେ ଏହା ମଧ୍ୟରୁ ସର୍ବାଧିକ ଯୁବକ ଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିଭଳି ଭାରତର ଯୁବକମାନେ ଏବେ ପ୍ରତିଭାର ଶିଳ୍ପ ଭାବେ ଉଭା ହୋଇଥିବା କଥା ପ୍ରଧାନମନ୍ତ୍ରୀ କହିବା ସହ ଭାରତୀୟ ଯୁବକମାନେ ସେମାନଙ୍କ ପ୍ରତିଭାକୁ ଏବେ ସାରା ବିଶ୍ୱରେ ପ୍ରମାଣିତ କରିଛନ୍ତି । 

ଏହାପରେ ମୋଦିଙ୍କର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ସହ ଦ୍ୱିପାକ୍ଷିକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ଗଭର୍ଣ୍ଣର ଜେନେରାଲ ଡେଭିଡ ହର୍ଲିଙ୍କୁ ମଧ୍ୟ ସେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ମତରେ ଭାରତ ହେଉଛି ଗଣତନ୍ତ୍ରର ଜନନୀ । ଆମେ ନିଜର ଦେଶ ସହ ସାରା ବିଶ୍ୱକୁ ଗୋଟିଏ ପରିବାର ବୋଲି ଭାବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିଭଳି ବିଶ୍ୱରେ ଭାରତ ଏବେ ତୀବ୍ର ଗତିରେ ବିକଶିତ ହେଉଥିବା ଏକ ରାଷ୍ଟ୍ର ବୋଲି ପ୍ରଧାନମନ୍ତ୍ରୀ ମତ ରଖିଛନ୍ତି । ଭାରତର ସାମର୍ଥ୍ୟ ଓ ସଂସାଧନର କମ୍ ନଥିବା କଥା ସେ କହିଛନ୍ତି ।

Subscribe

National International State Sports Entertainment