ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନରେ ୟୁଏସ ଇମିଗ୍ରେସନ ନିୟମକୁ ଆହୁରି କଠିନ କରାଯାଇ ଏଥିରେ ସଂଶୋଧନ କରାଯାଇଛି । ଟ୍ରମ୍ପ ପ୍ରଶାସନ ଦ୍ୱାରା ନିକଟରେ ଜାରି ଏକ ସରକାରୀ ନିର୍ଦ୍ଦେଶ ଅନୁସାରେ ଆମେରିକାରେ ରହିବା ପାଇଁ ଭିସା ଆବେଦନକାରୀ ବିଦେଶ ନାଗରିକଙ୍କ ମୋଟାପଣ କିମ୍ବା ମଧୁମେହ ପରି ସମସ୍ୟା ରହିଛି ତେବେ ସେମାନଙ୍କୁ ଭିସା ମିଳି ନ ପାରେ ।
ବିଦେଶ ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ଦୂତାବାସ ଓ ଉଚ୍ଚାୟୋଗଙ୍କୁ ପଠାଯାଇଥିବା ଗାଡଇଲାଇନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ରୋଗ ଗ୍ରସ୍ତ ଲୋକଙ୍କୁ ଆମେରିକାରେ ପ୍ରବେଶ ଦେଲେ ଏମାନେ ଦେଶ ପାଇଁ ବୋଝ ପାଲଟି ପାରନ୍ତି । ସେମାନେ ଆମେରିକା ସମ୍ବଳ ବରବାଦ କରି ପାରନ୍ତି ।
ୱାଶିଂଟନ ସ୍ଥିତ କେଏଫଏଫ ହେଲଥ ନ୍ୟୁଜର ରିପୋର୍ଟ ଅନୁସାରେ ଏହି ଗାଇଡଲାଇନ ଆମେରିକାର ଦୂତାବାସ ଓ ବାଣିଜ୍ୟିକ ଦୂତାବାସକୁ କେବୁଲ ମାଧ୍ୟମରେ ପଠାଯାଇଛି । ଏହି ଗାଇଡଲାଇନ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ମୋଟାମଣ ଏବଂ ମେଧୁମେହ ଗ୍ରସ୍ତ ବିଦେଶୀ ନାଗରିକଙ୍କୁ ଆମେରିକାରେ ପ୍ରବେଶ ମନା । ରହିବା ପାଇଁ ଅନୁମତି ଦେଲେ ଏମାନେ ସମ୍ଭବତଃ ଆମେରିକାର ସମ୍ବଳକୁ ବରବାଦ କରି ପାରନ୍ତି ।
ଋିପୋର୍ଟ ଅନୁସାରେ ଦୂତାବାସକୁ ପଠାଯାଇଥିବା କେବୁଲରେ କୁହାଯାଇଛି ଯେ, ଭିସା ଆବେଦକଙ୍କ ସ୍ୱାସ୍ଥ୍ୟ ଉପରେ ବିଚାର କରାଯିବ । କିଛି ଚିକିତ୍ସାଗତ ସ୍ଥିତି ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ଯେମିତି ମୋଟାପଣ, ହୃଦରୋଗ, ଶ୍ୱସନ ରୋଗ, କ୍ୟାନସର, ମଧୁମେହ, ମେଟାବୋଲିକ ଡିସଅର୍ଡର ଓ ମାସନିକ ରୋଗ ସାମିଲ । ଏଥିରେ କୁହାଯାଇଛି ଯେ, ଯଦି ଏମିତି ଲୋକଙ୍କୁ ଆମେରିକାରେ ରହିବା ପାଇଁ ଅନୁମତି ଦିଆଯାଏ ତେବେ ସେମାନଙ୍କ ଯତ୍ନ ପାଇଁ ଲକ୍ଷାଧିକ ଡଲାର ଖର୍ଚ୍ଚ ହୋଇପାରେ ।