ଭୁବନେଶ୍ୱର, ଜାନୁଆରୀ 23 (ଖବର ଓଡିଶା) :
ସାରା ବିଶ୍ୱରେ ବନ୍ୟଜନ୍ତୁ ଚୋରାଚାଲାଣ କାରବାର ବୃଦ୍ଧି ପାଇବାରେ ଲାଗିଛି । ବନ୍ୟଜନ୍ତୁ ଚାଲାଣ କାରବାର ଭିତରେ ବଜ୍ରକାପ୍ତା ଚାଲାଣ ସବୁଠାରୁ ଅଧିକ । ଇଣ୍ଟରନ୍ୟାସନାଲ ୟୁନିଅନ୍ ଫର କନଭର୍ସନ ଅଫ୍ ନେଚର ଅନୁଯାୟୀ, ବିଶ୍ୱରେ ବନ୍ୟଜନ୍ତୁ ବେଆଇନ କାରବାରର 20 ପ୍ରତିଶତ କେବଳ ପାଙ୍ଗୋଲିନ ଅର୍ଥାତ ବଜ୍ରକାପ୍ତା ଚାଲାଣ ହେଉଛି । ବିଶେଷ କରି ଚାଇନାରେ ଏହି ପଶୁର ଚାହିଦା ଅଧିକ । କାରଣ ବଜ୍ରକାପ୍ତାର ଚର୍ମ ଏବଂ ମାଂସରୁ ତିଆରି ହେଉଛି ପାରମ୍ପାରିକ ଔଷଧ ।
ସାରା ବିଶ୍ୱରେ ବଜ୍ରକାପ୍ତା ଚୋରା ଚାଲାଣ କରାଯାଉଛି । ବଜ୍ରକାପ୍ତା ସ୍ତନ୍ୟପାୟୀ ଜୀବମାନଙ୍କ ଶ୍ରେଣୀର । ଦଶନ୍ଧି ଧରି ଏହି ଜୀବକୁ ସାରା ବିଶ୍ୱରେ ଚୋରା ଚାଲାଣ କରାଯାଉଛି । ଏହି ବଜ୍ରକାପ୍ତାରୁ ନିର୍ମିତ ଔଷଧଗୁଡିକ ବହୁମୂଲ୍ୟରେ ବିକ୍ରି ହୁଏ । ପରିସ୍ଥିତି ଏପରି ହୋଇଛି ଯେ ବଜ୍ରକାପ୍ତା ବର୍ତ୍ତମାନ ବିଲୁପ୍ତ ଜୀବମାନଙ୍କ ବର୍ଗରେ ପହଞ୍ଚି ସାରିଛି । ବଜ୍ରକାପ୍ତା ପ୍ରାୟ 60 ମିଲିୟନ ବର୍ଷରୁ ପୃଥିବୀରେ ଦେଖାଯାଉଛି । ଏହି ଜୀବମାନେ ପିମ୍ପୁଡ଼ି ଖାଇ ବଞ୍ଚନ୍ତି । ଏହି ବଜ୍ରକାପ୍ତାଙ୍କର ମାଂସ ମଧ୍ୟ ବହୁତ ଉତ୍ସାହ ସହିତ ଲୋକ ଖାଆନ୍ତି । ଏକ କିଲୋ ବଜ୍ରକାପ୍ତା ମାଂସର ମୂଲ୍ୟ ପ୍ରାୟ 27,000 ଟଙ୍କା । ବଜ୍ରକାପ୍ତା ମାଂସ ଅନ୍ୟ ପ୍ରାଣୀମାନଙ୍କ ଭଳି ବଜାରରେ ବିକ୍ରି ହୁଏ ନାହିଁ, ଏହା କେବଳ ଦାମୀ ରେଷ୍ଟୁରାଣ୍ଟଗୁଡିକ ବିକ୍ରି ହୋଇଥାଏ ।
ଚାଇନାର ପାରମ୍ପରିକ ଔଷଧ ତିଆରିରେ ଏହି ବଜ୍ରକାପ୍ତା ବ୍ୟବହାର ହୋଇଥାଏ । ବଜ୍ରକାପ୍ତାର ମାଂସରୁ ବିଭିନ୍ନ ଔଷଧ ତିଆରି କରାଯାଏ, କେବଳ ଏତିକି ନୁହେଁ ଏହାର ଖୋଳରୁ ବିଭିନ୍ନ ପ୍ରକାର ଔଷଧ ହୋଇଥାଏ । ପ୍ରତ୍ୟେକ ଔଷଧ ଭିନ୍ନ ରୋଗ ପାଇଁ ବ୍ୟବହୃତ କରାଯାଉଛି । ବଜ୍ରକାପ୍ତା ଖୋଳ କଠିନ ଥିବାରୁ ଏହାକୁ ଗରମ ପାଣି କିମ୍ବା ଆଲକହଲରେ ଦ୍ରବୀଭୂତ କରି ସେବନ କରାଯାଏ ।