ନୂଆଦିଲ୍ଲୀ: ମିଆଁମାରରେ ବନ୍ୟାର ବିଭୀଷିକାକୁ କେଇ ଦିନ ନ ଯାଉଣୁ ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୦ ରହିଥିଲା । ଭାରତୀୟ ସମୟ ଅନୁସାରେ ବୁଧବାର ସଂଧ୍ୟା ୭.୩୪ରେ ଭୂକମ୍ପ ଅନୁଭୂତ ହୋଇଥିଲା। ହଠାତ ଆସିଥିବା ଏହି ଭୂକମ୍ପ ଯୋଗୁ ଲୋକମାନେ ଭୟଭୀତ ହୋଇ ଘର ଏବଂ କୋଠାରୁ ବାହାରକୁ ଆସିଯାଇଥିଲେ । ତେବେ ଭୂକମ୍ପକୁ ନେଇ କୌଣସି ବଡ଼ କ୍ଷୟକ୍ଷତିର ଖବର ମିଳିନାହିଁ ।
ଭୂକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ କ୍ୟୁଶୁ ଅଞ୍ଚଳରେ ଥିଲା ବୋଲି ଜଣାପଡ଼ିଛି । ଭୂମିକମ୍ପର ଝଟକା କିଛି ସେକେଣ୍ଡ ପର୍ୟ୍ୟନ୍ତ ଅନୁଭୂତ ହୋଇଥିଲା । ସ୍ଥାନୀୟ ଲୋକ ଅନୁଭୂତ କରିବା ସହ ଭୟଭୀତ ବାହାକୁ ଚାଲି ଆସିଥିଲେ । ଉଲ୍ଲେଖନୀୟ ଜାପାନରେ ଭୂକମ୍ପ ନୂଆ ନୁହେଁ । କିନ୍ତୁ ୬.୦ ତୀବ୍ରତାର ଭୂକମ୍ପକୁ ଗମ୍ଭୀର ରୂପେ ଗଣାଯାଏ ।
ଏହି ଭୂକମ୍ପରୁ ସୁନାମୀର କୌଣସି ବିପଦ ନଥିବା ଜାପାନର ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ତଥାପି, ଅଧିକାରୀମାନେ ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ସେପଟେ ଯେକୌଣସି ପରିସ୍ଥିତିରେ ମୁକାବିଲା ପାଇଁ ଜାପାନ ସରକାରଙ୍କ ବିପର୍ୟ୍ୟୟ ପରିଚାଳନା ବିଭାଗ ଓ ଜରୁରୀକାଳୀନ ସେବାଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି ।
ସୂଚନାଯୋଗ୍ୟ, ମିଆଁମାରରେ ନିକଟରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ରହିଥିଲା । ବାତ୍ୟାର ବିଭୀଷିକା ଏମିତି ଥିଲା ଯେ, ଅନେକ ଅଟ୍ଟାଳିକା ମାଟିରେ ମିଶିବା ସହ ଡ୍ୟାମ, ସେତୁ ଧ୍ୱଂସ ହୋଇ ଯାଇଛି । ଏହି ବିପର୍ଯ୍ୟୟରେ ୨୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି । ସ୍ଥିତି ଦେଖିଲେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ।