କଶ୍ମୀର ନେଇ ପୁଣି ଫେଲ ହେଲା ଚୀନ-ପାକିସ୍ତାନର ଚକ୍ରାନ୍ତ, ୟୁଏନଏସସିରେ ହେଲାନି ଚର୍ଚ୍ଚା
Khabar Odisha:International-Pakistan-again-failed-on-Kashmir-issue-not-discussed-in-un-security-council

ନୂଆଦିଲ୍ଲୀ, ଅଗଷ୍ଟ ୦୬ (ଖବର ଓଡ଼ିଶା): ନିଜର ଚିର ଦିନର ମିତ୍ର ସହଯୋଗରେ ଜମ୍ମୁ କଶ୍ମୀର ପ୍ରସଙ୍ଗକୁ ସଂଯୁକ୍ତ ରାଷ୍ଟ୍ରରେ ଚର୍ଚ୍ଚା କରିବାକୁ ଚାହୁଁଥିବା ପାକିସ୍ତାନର ଚକ୍ରାନ୍ତ ପୁଣି ଥରେ ଫେଲ ହୋଇଛି । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି) ସଦସ୍ୟ ବୁଧବାର ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଅନୌପଚାରିକ ଅଧିବେଶନରେ ଆଲୋଚନା କରିଛନ୍ତି । ସୂତ୍ର ଅନୁସାରେ ଏହି ବନ୍ଦ କୋଠରୀରେ ହୋଇଥିବା ବୈଠକରେ କୌଣସି ରେକର୍ଡ ରଖାଯାଇ ନାହିଁ ଏହା ପୂର୍ବରୁ ମଧ୍ୟ ଦୁଇ ଥର ପାକିସ୍ତାନ କଶ୍ମୀର ପ୍ରସଙ୍ଗକୁ ଉଠାଇବା ନେଇ ଏହା ହିଁ ହୋଇଥିଲା । 

ସୂତ୍ର ଅନୁସାରେ ପାକିସ୍ତାନ କଶ୍ମୀର ଉପରେ ନିଜର ସମସ୍ତ ଉଦ୍ୟମ ଫେଲ ହୋଇଛି । ଯୁକ୍ତ ରାଷ୍ଟ୍ରରେ ଭାରତର ସ୍ଥାୟୀ ପ୍ରତିନିଧି ରାଜଦୂତ ତ୍ରିମୂର୍ତ୍ତି ଏକ ଟୁଇଟ କରି ଏହା କହିଛନ୍ତି ଯେ, ପାକିସ୍ତାନର ପୁଣି ଏକ ଉଦ୍ୟମ ଫେଲ ହୋଇଛି । ସେ କହିଛନ୍ତି, ବନ୍ଦ କୋଠରୀ ଭିତରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ବୈଠକ ହୋଇଛି । ଏହାର କୌଣସି ରେକର୍ଡ ରଖାଯାଇ ନାହିଁ । ଏହାର କୌଣସି ଫଳାଫଳ ମିଳିନାହିଁ । ପାଖାପାଖି ସମସ୍ତ ଦେଶ ସ୍ୱୀକାର କରିଛନ୍ତି ଯେ, ଜମ୍ମୁକଶ୍ମୀର ଏକ ଦ୍ୱିପାକ୍ଷୀକ ପ୍ରସଙ୍ଗ । ଏଥିରେ ସୁରକ୍ଷା ପରିଷଦର କୌଣସି ଅଧିକାର ନାହିଁ । 

ଏହି ଅଧିବେଶନ ‘ଏନ ଅନ୍ଦର ବିଜନେଓ’ ଶ୍ରେଣୀ ଅନ୍ତର୍ଗତ ଥିଲା । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ୫ ଦେଶ ମଧ୍ୟରେ ମଧ୍ୟରେ ଏହି ଆଲୋଚନାକୁ ନେଇ ସହମତି ଜଣାଇଛନ୍ତି ଯେ, କୌଣସି ଏଭଳି ପ୍ରସଙ୍ଗକୁ ଏଠାକୁ ଆସିବା ନେଇ ରୋକାଯିବ ନାହିଁ । ଚୀନ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଅଟେ କିନ୍ତୁ ସେ ହଙ୍ଗକଙ୍ଗ ଉପରେ ମେ’ ମାସରେ ହୋଇଥିବା ଚର୍ଚ୍ଚାକୁ ରୋକିପାରି ନଥିଲା । କୁହାଯାଉଛି ଯେ, ଚୀନ ସହଯୋଗରେ ପାକିସ୍ତାନ ଏହି ବୈଠକ ଡକାଇଥିଲା । କିନ୍ତୁ ଏହାର ଫଳାଫଳ କିଛି ବାହାରିନାହିଁ । 

ଜମ୍ମୁ କଶ୍ମୀର ନେଇ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ବୌଠକରେ କୌଣସି ଆଲୋଚନା ନ ହେବା ପରେ ପାକିସ୍ତାନକୁ ପୁଣି ଥରେ ଶକ୍ତ ଝଟକା ଲାଗିଛି । ଏହା ପାକିସ୍ତାନ ପାଇଁ ଲଜ୍ଜାଜନକ କଥା ବୋଲି ବୁଦ୍ଧିଜୀବୀମାନେ ଆଲୋଚନା କରୁଛନ୍ତି । ଆମେରିକା ଏହି ଫଳାଫଳ ଶୂନ୍ୟ ବୈକଠକୁ ଗୁରୁତ୍ୱ ଦେଇଛି, କାରଣ ପାକିସ୍ତାନକୁ ଚୀନ ସମର୍ଥନ କରୁଛି । ସୁରକ୍ଷା ପରିଷଦର ଅନ୍ୟ ସଦସ୍ୟମାନେ ମଧ୍ୟ କହିଛନ୍ତି, କଶ୍ମୀର ପ୍ରସଙ୍ଗ ଦ୍ୱିପାକ୍ଷୀକ । 

 

  • Tags:

Subscribe

National International State Sports Entertainment