ଫିଲିପାଇନ୍ସରେ ଭୂମିକମ୍ପର ତୀବ୍ର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୭.୧
Khabar Odisha:International-Earthquake-tremors-in-Philippines-magnitude-68-scale

ମନିଲା, ଜୁଲାଇ ୨୭ (ଖବର ଓଡ଼ିଶା): ଫିଲିପାଇନ୍ସରେ ଆଜି ଭୋର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି । ରାଜଧାନୀ ମନିଲାରେ ଭୂମିକମ୍ପର ଝଟକା ମିଳିତିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ଥିଲା ବୋଲି କୁହାଯାଉଛି । ମାତ୍ର ଭୂମିକମ୍ପ ଯୋଗୁଁ ରିପୋର୍ଟ ଲେଖାଯିବା ବେଳକୁ କୌଣସି କ୍ଷୟକ୍ଷତି ନେଇ ଗଣମାଧ୍ୟମକୁ ସୂଚନା ମିଳି ନାହିଁ ।

ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ଅନୁସାରେ ଭୂମିକମ୍ପର ଝଟକା ଫିଲିପାଇନ୍ସର ରାଜଧାନୀ ମନିଲାରେ ଅନୁଭୂତ ହୋଇଛି । ମାତ୍ର ଏହି ଭୂମିକମ୍ପର କେନ୍ଦ୍ର ମନିଲା ଠାରୁ ପାଖାପାଖି ୩୩୬ କିଲୋମିଟର ଦୂର ଉତ୍ତରରେ ହୋଇଛି । ଭୂମିକମ୍ପର ଗଭୀର କେନ୍ଦ୍ରରେ ୧୦ କିମିରେ ମପାଯାଇଛି । ଆମେରିମା ଭୂବୈଜ୍ଞାନିକଙ୍କ ସର୍ଭେ ଅନୁସାରେ ଫିଲିପାଇନ୍ସର ଲୁଜୋନ ଦୀପରେ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଆସିଥିଲା । ରାଜଧାନୀ ମନିଲା ସହିତ ଅନେକ ଅଞ୍ଚଳରେ ଏହା ଅନୁଭୂତ ହୋଇଥିଲା । 

 

  • Tags:

Subscribe

National International State Sports Entertainment