କରୋନା: ବିଶ୍ୱବ୍ୟାପୀ ଆକ୍ରାନ୍ତଙ୍କ ସଂଖ୍ୟା ୨.୮୩ କୋଟିକୁ ବୃଦ୍ଧି, ସୁସ୍ଥ ହେଲେ ୨.୩୨ କୋଟି
Khabar Odisha:International-Corona-virus-death-toll-reaches-913-lakh-283-crore-people-detected-in-world-wide

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ୱ ପାଇଁ ଚିନ୍ତା ବଢ଼ାଇଥିବା ବେଳେ ଏହା ଆଶ୍ୱସ୍ତି ମଧ୍ୟ ଦେଇଛି । ବିଶ୍ୱବ୍ୟାପୀ ୨ କୋଟି ୮୩ ଲକ୍ଷ ଆକ୍ରାନ୍ତ ହୋଇଥିବା ବେଳେ ଏଥିରୁ ୨ କୋଟି ୩୨ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।  

ଭାଇରସ ଯୋଗୁଁ ଶୁକ୍ରବାର ସକାଳ ୬ଟା ୩୦ ସୁଦ୍ଧା ବିଶ୍ୱରେ ୨ କୋଟି ୮୩ ଲକ୍ଷ ୧୬ ହଜାର ୩୧୨ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୯ ଲକ୍ଷ ୧୩ ହଜାର ୨୫୩ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା କୋଟିଏ ୨ କୋଟି  ୩୨ ଲକ୍ଷ ୮ ହଜାର ୩୭୧ ଜଣ ସୁସ୍ଥ ହୋଇଥିବା ବେଳେ ୭୦ ଲକ୍ଷ ୭୪  ହଜାର ୬୮୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୦ ହଜାର ୮୬୧ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଅଧିକ ବିସ୍ତାର କରିଛି । ଏଠାରେ ୬୫ ଲକ୍ଷ ୮୭ ହଜାର ୮୭୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୯୬ ହଜାର ୨୨୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩୮ ଲକ୍ଷ ୭୭ ହଜାର ୮୯୩ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୧୩ ହଜାର ୬୮୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୫୮୬ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୪୨ ଲକ୍ଷ ୩୯ ହଜାର ୭୬୩ ସଂକ୍ରମିତ, ୧ ଲକ୍ଷ ୨୯ ହଜାର ୫୭୫ ମୃତ

ଋଷିଆ: ୧୦ ଲକ୍ଷ ୪୬ ହଜାର ୩୭୦  ସଂକ୍ରମିତ, ୧୮ ହଜାର ୨୬୩ ମୃତ

ପେରୁ: ୭ ଲକ୍ଷ ୧୦ ହଜାର ୬୭ ସଂକ୍ରମିତ, ୩୦ ହଜାର ୩୪୪ ମୃତ

କଲୋମ୍ବିଆ: ୬ ଲକ୍ଷ ୯୪ ହଜାର ୬୬୪ ସଂକ୍ରମିତ, ୨୨ ହଜାର ୨୭୫ ମୃତ 

ମେକ୍ସିକୋ: ୬ ଲକ୍ଷ ୪୭ ହଜାର ୫୦୭ ସଂକ୍ରମିତ, ୬୯ ହଜାର ୯୫ ମୃତ

ଦକ୍ଷିଣ ଆଫ୍ରିକା: ୬ ଲକ୍ଷ ୪୪ ହଜାର ୪୩୮ ସଂକ୍ରମିତ, ୧୫ ହଜାର ୨୬୫ ମୃତ

ସ୍ପେନ: ୫ ଲକ୍ଷ ୫୪ ହଜାର ୧୪୩ ସଂକ୍ରମିତ, ୨୯ ହଜାର ୬୯୯ ମୃତ 

ଚିଲି: ୪ ଲକ୍ଷ ୨୮ ହଜାର ୬୬୯ ସଂକ୍ରମିତ, ୧୧ ହଜାର ୭୮୧ ମୃତ

ପାକିସ୍ତାନ: ୨ ଲକ୍ଷ ୯୯ ହଜାର ୮୫୫  ସଂକ୍ରମିତ, ୬ ହଜାର ୩୬୫ ମୃତ 

 

  • Tags:

Subscribe

National International State Sports Entertainment