ବିଶ୍ୱରେ କରୋନା ଭାଇରସ ନେଲାଣୀ ୬.୮୨ ଲକ୍ଷ ଲୋକଙ୍କ ଜୀବନ, କୋଟିଏ ୭୭ ଲକ୍ଷ ସଂକ୍ରମିତ
Khabar Odisha:International-Corona-virus-death-toll-reaches-682-lakh-177-crore-people-detected-in-world-wide

ନୂଆଦିଲ୍ଲୀ, ଅଗଷ୍ଟ ୦୧ (ଖବର ଓଡ଼ିଶା): ମହାମାରୀ କରୋନା ଭାଇରସରେ ପୂରା ବିଶ୍ୱରୁ ଶନିବାର ସକାଳ ସାଢ଼େ ୬ଟା ସୁଦ୍ଧା ୬ ଲକ୍ଷ ୮୨ ହଜାର ୧୯୭ ଜଣଙ୍କର ମୃତ୍ୟୁ ହୋଇସାରିଛି । କୋଭିଡ-୧୯ ଯୋଗୁଁ ୧ କୋଟି ୭୭ ଲକ୍ଷ ୪୫ ହଜାର ୬୨୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ କୋଟି ୧୧ ଲକ୍ଷ ୫୧ ହଜାର ୮୧୮ ଜଣ ସୁସ୍ଥ ହୋଇସାରିଛନ୍ତି । କିନ୍ତୁ ଏବେବି ୫୯ ଲକ୍ଷ ୧୧ ହଜାର ୬୧୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି, ଯେଉଁଥିରେ କି ୬୫ ହଜାର ୫୩୭ ଜଣଙ୍କର ଅବସ୍ଥା ରହିଛି ଗୁରୁତର । 

କୋଭିଡ-୧୯ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଠାରେ ୪୬ ଲକ୍ଷ ୬ ହଜାର ୮୪୭ ଜଣ ଲୋକ ସଂକ୍ରମଣର ଶିକାର ହୋଇଥିବା ବେଳେ ୧ ଲକ୍ଷ ୫୬ ହଜାର ୫୬୮ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ୨୩ ଲକ୍ଷ ୨୭ ହଜାର ୫୫୬ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨୨ ଲକ୍ଷ ୨୧ ହଜାର ୫୪୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୮ ହଜାର ୭୨୨ ଜଣ ଗୁରୁତର ଅଛନ୍ତି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୨୬ ଲକ୍ଷ ୬୬ ହଜାର ୨୯୮ ସଂକ୍ରମିତ, ୯୨ ହଜାର ୫୬୮ ମୃତ

ଋଷିଆ: ୮ ଲକ୍ଷ ୩୯ ହଜାର ୯୮୧ ଜଣ ସଂକ୍ରମିତ, ୧୩ ହଜାର ୯୬୩ ମୃତ

ଦକ୍ଷିଣ ଆଫ୍ରିକା: ୪ ଲକ୍ଷ ୯୩ ହଜାର ୧୮୩ ଜଣ ସଂକ୍ରମିତ, ୮ ହଜାର ୫ ମୃତ

ମେକ୍ସିକୋ: ୪ ଲକ୍ଷ ୧୬ ହଜାର ୧୭୯ ସଂକ୍ରମିତ, ୪୬ ହଜାର 

ପେରୁ: ୪ ଲକ୍ଷ ୭ ହଜାର ୪୯୨ ଜଣ ସଂକ୍ରମିତ, ୧୯ ହଜାର ୨୧ ମୃତ

ଚିଲି: ୩ ଲକ୍ଷ ୫୫ ହଜାର ୬୬୭ ସଂକ୍ରମିତ, ୯ ହଜାର ୪୫୭ ଜଣ ମୃତ

ସ୍ପେନ: ୩ ଲକ୍ଷ ୩୫ ହଜାର ୬୦୨ ସଂକ୍ରମିତ, ୨୮ ହଜାର ୪୪୫ ମୃତ

ବ୍ରିଟେନ: ୩ ଲକ୍ଷ ୩ ହଜାର ୧୮୧ ସଂକ୍ରମିତ, ୪୬ ହଜାର ୧୧୯ ଜଣ ମୃତ 

ପାକିସ୍ତାନ: ୨ ଲକ୍ଷ ୭୮ ହଜାର ୩୦୫ ଜଣ ସଂକ୍ରମିତ, ୫ ହଜାର ୯୫୧ ମୃତ

 

  • Tags:

Subscribe

National International State Sports Entertainment