କରୋନା ଭାଇରସ୍‌: ବିଶ୍ୱବ୍ୟାପୀ ୩୭.୫୧ ଲକ୍ଷ ମୃତ, ଗୁରୁତର ରୋଗୀ ୮୬,୫୯୩
Khabar Odisha:International-Corona-virus-death-toll-reaches-3751-lakh-1743-crore-people-detected-in-world-wide

ନୂଆଦିଲ୍ଲୀ, ଜୁନ ୦୮ (ଖବର ଓଡ଼ିଶା): ବିଶ୍ୱବ୍ୟାପୀ ବିଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୬ ହଜାର ୮୦୨ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ୭ ହଜାର ୭୪୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ବିଶ୍ୱରେ  ଆଜି ପର୍ଯ୍ୟନ୍ତ ୧୭ କୋଟି ୪୩ ଲକ୍ଷ ୬୧ ହଜାର ୯୧୧ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୩୭ ଲକ୍ଷ ୫୧ ହଜାର ୬୮୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୫ କୋଟି ୭୮ ଲକ୍ଷ ୮୬ ହଜାର ୪୨୪ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୨୭ ଲକ୍ଷ ୨୩ ହଜାର ୮୦୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୬ହଜାର ୫୯୩  ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷ ୨୬ ହଜାର ୧୨୫କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୧୨ ହଜାର ୬୮୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୮୧ ଲକ୍ଷ ୭୪ ହଜାର ୮୦୧ ଲୋକ ସୁସ୍ଥ ହୋଇଥିବା ବେଳେ ୫୪ ଲକ୍ଷ ୩୮ ହଜାର ୬୩୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫ ହଜାର ୨୪୩ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧କୋଟି ୬୯ଲକ୍ଷ ୮୫ ହଜାର ୮୧୨ସଂକ୍ରମିତ, ୪ଲକ୍ଷ ୭୪ହଜାର ୬୧୪ମୃତ

ଫ୍ରାନ୍ସ: ୫୭ ଲକ୍ଷ ୧୩ ହଜାର ୯୧୭ ସଂକ୍ରମିତ, ୧ ଲକ୍ଷ ୧୦ ହଜାର ୬୨ ମୃତ 

ତୁର୍କୀ: ୫୨ ଲକ୍ଷ ୯୩ ହଜାର ୬୨୭ ସଂକ୍ରମିତ, ୪୮ ହଜାର ୨୫୫ ମୃତ

ଋଷିଆ: ୫୧ ଲକ୍ଷ ୩୫ ହଜାର ୮୬୬ ସଂକ୍ରମିତ, ୧ଲକ୍ଷ ୨୪ ହଜାର ୧୧୭ ମୃତ 

ୟୁକେ: ୪୫ ଲକ୍ଷ ୨୨ ହଜାର ୪୭୬ ସଂକ୍ରମିତ, ୧ ଲକ୍ଷ ୨୭ ହଜାର ୮୪୧ ମୃତ 

ଇଟାଲି: ୪୨ ଲକ୍ଷ ୩୩ ହଜାର ୬୯୮ ସଂକ୍ରମିତ, ୧ଲକ୍ଷ ୨୬ ହଜାର ୫୮୮ମୃତ 

ଆର୍ଜେଣ୍ଟିନା: ୩୯ ଲକ୍ଷ ୭୭ ହଜାର ୬୩୪ ସଂକ୍ରମିତ, ୮୧ ହଜାର ୯୪୬ ମୃତ

ଜର୍ମାନୀ: ୩୭ ଲକ୍ଷ ୧୦ ହଜାର ୩୪୧ ସଂକ୍ରମିତ, ୮୯ ହଜାର ୯୬୫ମୃତ 

ସ୍ପେନ: ୩୭ ଲକ୍ଷ ୭ ହଜାର ୫୨୩ ସଂକ୍ରମିତ, ୮୦ ହଜାର ୨୩୬ ମୃତ 

 

  • Tags:

Subscribe

National International State Sports Entertainment