ବିଶ୍ବବ୍ୟାପୀ କରୋନା: ଦିନକରେ ୨୦.୫୬ ଲକ୍ଷ ପଜିଟିଭ୍‌, ୬୦୪୭ ଲୋକଙ୍କ ମୃତ୍ୟୁ
Khabar Odisha:International-Corona-report-5472-lakh-corona-death-in-worldwide

ନୂଆଦିଲ୍ଲୀ, ଜାନୁଆରୀ ୦୫ (ଖବର ଓଡ଼ିଶା): ବିଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସ୍‌ ମହାମାରୀ ବିସ୍ଫୋରକ ରୂପ ନେଇଛି। ଦିନକ ମଧ୍ୟରେ ବିଶ୍ବରେ ୨୦ ଲକ୍ଷ ୫୬ ହଜାର ୮୫୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ଗୋଟିଏ ଦିନରେ ୧୮ ଲକ୍ଷ ଲୋକ ସଂକ୍ରମିତ ହୋଇଥିଲେ। ଦିନକରେ ୬୦୪୭ ଜଣଙ୍କର ମୃତ୍ୟୁ ହୋଇଛି।        

ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ, ସ୍ପେନ ଓ ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୯ କୋଟି ୫୩ ଲକ୍ଷ ୧୭ ହଜାର ୮୬୧  ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ୫୪ ଲକ୍ଷ ୭୨ ହଜାର ୬୭୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏବେ ବିଶ୍ବରେ ୨୫ କୋଟି ୫୯ ଲକ୍ଷ ୬୮ ହଜାର ୮୫୮ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୩ କୋଟି ୩୮ ଲକ୍ଷ ୭୬ ହଜାର ୩୨୬ ହଜାର ୩୫୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୩ ହଜାର ୨୨୩ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୨ କୋଟି ୨୩ ଲକ୍ଷ ୨୩ ହଜାର ୮୩୭ ସଂକ୍ରମିତ, ୬ ଲକ୍ଷ ୧୯ ହଜାର ୩୮୪ ମୃତ

ବ୍ରିଟେନ: ୧ କୋଟି ୩୬ ଲକ୍ଷ ୪୧ ହଜାର ୫୨୦ ସଂକ୍ରମିତ, ୧ ଲକ୍ଷ ୪୮ ହଜାର ୯୪୧ ମୃତ

ଫ୍ରାନ୍ସ: ୧ କୋଟି ୫ ଲକ୍ଷ ୮୯ ହଜାର ୫୦୫ ସଂକ୍ରମିତ, ୧ ଲକ୍ଷ ୨୪ ହଜାର ୫୬୩ ମୃତ

ରୁଷିଆ: ୧ କୋଟି ୫ ଲକ୍ଷ ୭୦ ହଜାର ୨୧୨ ସଂକ୍ରମିତ, ୩ ଲକ୍ଷ ୧୨ ହଜାର ୧୮୭ ମୃତ

ତୁର୍କୀ: ୯୬ ଲକ୍ଷ ୫୨ ହଜାର ୩୯୪ ସଂକ୍ରମିତ, ୮୨ ହଜାର ୯୩୨ ମୃତ

ଜର୍ମାନୀ: ୭୨ ଲକ୍ଷ ୭୯ ହଜାର ୨୫ ସଂକ୍ରମିତ, ୧ ଲକ୍ଷ ୧୩ ହଜାର ୪୭୧ ମୃତ

ସ୍ପେନ: ୬୭ ଲକ୍ଷ ୮୫ ହଜାର ୨୮୬ ସଂକ୍ରମିତ, ୮୯ ହଜାର ୬୮୯ମୃତ

ଇଟାଲି: ୬୫ ଲକ୍ଷ ୬୬ ହଜାର ୯୪୭ ସଂକ୍ରମିତ, ୧ ଲକ୍ଷ ୩୮ ହଜାର ୪୫ ମୃତ

ଇରାନ: ୬୨ ଲକ୍ଷ ୨୯୬ ସଂକ୍ରମିତ, ୧ ଲକ୍ଷ ୩୧ ହଜାର ୭୩୬ ମୃତ

 

 

  • Tags:

Subscribe

National International State Sports Entertainment