କରୋନା ସଂକ୍ରମିତ ତାଲିକାରେ ଇଟାଲୀକୁ ପଛରେ ପକାଇ ଷଷ୍ଠ ସ୍ଥାନରେ ପହଁଞ୍ଚିଲା ଭାରତ
Khabar Odisha:India-ranks-sixth-in-the-world-in-terms-of-corona-list
ନୂଆଦିଲ୍ଲୀ, ଜୁନ ୦୬ (ଖବର ଓଡ଼ିଶା):

ଆଜିକାଲି ଭାରତ ସମେତ ବିଶ୍ୱର ଅନେକ ଦେଶ ମହାମାରୀ କରୋନା ସହ ମୁକାବିଲା କରିବା ନେଇ ସଂଘର୍ଷ କରୁଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଭାରତରେ ଏପର୍ଯ୍ୟନ୍ତ 2,36,657 ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବାବେଳେ ଏପର୍ଯ୍ୟନ୍ତ 6642 ରୋଗୀଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ 1,14,073 ସକ୍ରିୟ ମାମଲା ରହିଥିବାବେଳେ ଏବଂ 1,15,942 ଜଣ ଲୋକ ଆରୋଗ୍ୟ ହୋଇଛନ୍ତି।

ଏଥି ସହିତ, ବିଶ୍ୱ ବ୍ୟାପୀ କରୋନାଭାଇରସ୍ ପଜିଟିଭ୍ ରୋଗ ସଂଖ୍ୟା 68 ଲକ୍ଷକୁ ବୃଦ୍ଧି ପାଇଛି। ଏଥିସହ 3 ଲକ୍ଷ 97 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟକ କରୋନା ତଥ୍ୟ ଅନୁଯାୟୀ, ବିଶ୍ୱର ସଂକ୍ରମିତ ଦେଶର ତାଲିକାରେ ଭାରତ ବର୍ତ୍ତମାନ ଷଷ୍ଠ ସ୍ଥାନରେ ରହିଛି । ଇଟାଲୀ ବର୍ତ୍ତମାନ ସାତ ନମ୍ବର ସ୍ଥାନରେ ଅଛି | ଜନ୍ ହପକିନ୍ସଙ୍କ ଟେବୁଲ୍ ଅନୁଯାୟୀ ଭାରତରେ କରୋନା ମାମଲା 2,36,184 କୁ ବୃଦ୍ଧି ପାଇଥିବାବେଳେ ଇଟାଲୀରେ 2,34,531 ମାମଲା ରହିଛି ।

ଭାରତ ଉପରକୁ ତାଲିକାରେ ପଞ୍ଚମ ସ୍ଥାନରେ ସ୍ପେନ(2,40,978) ଚତୁର୍ଥ ସ୍ଥାନରେ ୟୁକେ (2,84,734 ) ତୃତୀୟ ସ୍ଥାନରେ ଋଷ (4,49,256) ଦ୍ୱିତୀୟ ସ୍ଥାନରେ ବ୍ରାଜିଲ(6,14,941) ଏବଂ ପ୍ରଥମ ସ୍ଥାନରେ ଯୁକ୍ତରାଷ୍ଟ୍ର ଆମେରିକା (18,97,838) ରହିଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment