ଟଳମଳ ହେଉଛି ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ଆସନ, ଏ ନେଇ ଭାରତକୁ ଦାୟୀ କଲେ ଓଲି
Khabar Odisha:India-conspires-against-me---Nepals-prime-minister
କାଠମାଣ୍ଡୁ, ଜୁନ ୨୯ (ଖବର ଓଡ଼ିଶା):

ପୂର୍ବରୁ ଚୀନ କଥାରେ ପଡି ଭାରତ ବିରୁଦ୍ଧରେ ବିଷ ଓଗାଳୁଥିବା ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ବର୍ତ୍ତମାନ ନିଜ ପ୍ରଧାନମନ୍ତ୍ରୀ ଚେୟାରକୁ ବଞ୍ଚାଇବାକୁ ଯାଇଁ ପୁଣି ଥରେ ଭାରତ ବିରୁଦ୍ଧରେ ଭୟଙ୍କର ଜାତୀୟତା କାର୍ଡ ଖେଳ ଖେଳିଛନ୍ତି । ଏହା ଏକ ଭିନ୍ନ କଥା ଯେ ତାଙ୍କ ପ୍ରଧାନମନ୍ତ୍ରୀ ପଦ ଉପରେ ସଙ୍କଟ କ୍ରମାଗତ ଭାବେ ବଢିବାରେ ଲାଗିଛି । ଶାସକ ଦଳର ଆଭ୍ୟନ୍ତରୀଣ ଗଡା ହେତୁ ତାଙ୍କ ପକ୍ଷ କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ଓଲି ଏହି କାରଣ ପାଇଁ ଏବେ ପରୋକ୍ଷ ଭାବରେ ଭାରତକୁ ଦାୟୀ କରୁଛନ୍ତି । ପ୍ରଧାନମନ୍ତ୍ରୀ ଓଲି କହିଛନ୍ତି ଯେ ଏକ ଦୂତାବାସ କ୍ରମାଗତ ଭାବରେ ଏକ ହୋଟେଲରେ ତାଙ୍କ ବିରୁଦ୍ଧରେ ବୈଠକ କରି ଷଡଯନ୍ତ୍ର କରୁଛି । ଉଲ୍ଲେଖନୀୟ କଥା ହେଉଛି, ଓଲିଙ୍କ ଇସ୍ତଫା ଦାବି କିଛି ଦିନ ହେବ ଜୋର ଧରିଛି ।

ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ମଦନ ଭଣ୍ଡାରୀଙ୍କ 69 ତମ ଜନ୍ମ ବାର୍ଷିକୀ ଅବସରରେ ଭାରତକୁ ଟାର୍ଗେଟ କରି କହିଛନ୍ତି ଯେ ତାଙ୍କୁ ଏହି ପଦବୀରୁ ହଟାଇବା ଖେଳ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଏକ ଅସମ୍ଭବ କାର୍ଯ୍ୟ ହେବ । ପ୍ରଧାନମନ୍ତ୍ରୀ ଓଲି ଦାବି କରିଛନ୍ତି ଯେ କାଠମାଣ୍ଡୁର ଏକ ହୋଟେଲରେ ତାଙ୍କୁ ହଟାଇବା ପାଇଁ ବୈଠକ ଅନୁଷ୍ଠିତ ହେଉଛି ଯେଉଁଥିରେ ଏକ ଦୂତାବାସ ମଧ୍ୟ ସକ୍ରିୟ ଅଛି । ପିଏମ ଓଲି ଏଠାରେ ଭାରତର ନାମ ନେଇନଥିଲେ ମଧ୍ୟ ତାଙ୍କ କଥାବାର୍ତ୍ତାରୁ ଏହା ଭାରତକୁ ସିଏ କହୁଥିବା ନେଇ ଜଣାପଡୁଛି । କେବଳ ଏତିକି ନୁହେଁ, ନେପାଳ ମାନଚିତ୍ରରେ ଭାରତୀୟ ଅଞ୍ଚଳକୁ ଦର୍ଶାଇ ସାମ୍ବିଧାନିକ ସଂଶୋଧନ ପରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି ବୋଲି ସେ ଦାବି କରିଛନ୍ତି । ଏହି ଅବସରରେ ନେପାଳ ନାଗରିକଙ୍କୁ ଭାରତ ବିରୁଦ୍ଧରେ ଉତ୍ତେଜିତ କରିବା ପାଇଁ ଓଲି କହିଛନ୍ତି ଯେ ନେପାଳର ଜାତୀୟତା ଦୁର୍ବଳ ନୁହେଁ ।

ପରୋକ୍ଷ ଭାବେ ଭାରତକୁ ଦାୟୀ କରିଥିବା ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ନିଜ ଦଳରେ ଚାଲିଥିବା ରାଜନୈତିକ ସଙ୍କଟ ଉପରେ ଆଖି ବନ୍ଦ କରି ଦେଇଛନ୍ତି । ଆଭ୍ୟନ୍ତରୀଣ କନ୍ଦଳ ହେତୁ ତାଙ୍କ ଦଳ ବର୍ତ୍ତମାନ ଭାଙ୍ଗିବା ପଥରେ ପହଞ୍ଚିଛି । ଚୀନ୍ ଦ୍ୱାରା ନେପାଳ ଅଞ୍ଚଳ ଦଖଲ କରିବା ପରେ ଶାସକ କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଖୋଲାଖୋଲି ଭାବେ ତାଙ୍କ ଇସ୍ତଫା ଦାବି କରିଛନ୍ତି ଯଦି ସେ ଇସ୍ତଫା ନ ଦିଅନ୍ତି ତେବେ ଦଳ ଭାଙ୍ଗିବାକୁ କେହି ରକ୍ଷା କରିପାରିବେ ନାହିଁ ବୋଲି ପ୍ରଚଣ୍ଡ ତାଙ୍କୁ ଚେତାବନୀ ଦେଇଛନ୍ତି ।

ପ୍ରଚଣ୍ଡ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ପଦବୀକୁ ବଞ୍ଚାଇବା ପାଇଁ ପିଏମ ଓଲି ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ଅଛନ୍ତି । ପ୍ରଚଣ୍ଡ ଏକ ସ୍ପଷ୍ଟ ଅଭିଯୋଗ କରିଛନ୍ତି ଯେ ଓଲି ପ୍ରଧାନମନ୍ତ୍ରୀଙ୍କ ଚେୟାରକୁ ବଞ୍ଚାଇବା ପାଇଁ ନେପାଳୀ ସେନାକୁ ବ୍ୟବହାର କରିପାରନ୍ତି । ଏଥି ସହିତ, କ୍ଷମତାରେ ରହିବାକୁ ହେଲେ ପାକିସ୍ତାନୀ, ଆଫଗାନିସ୍ତାନ କିମ୍ବା ବାଂଲାଦେଶୀ ମଡେଲକୁ ଗ୍ରହଣ କରିବାକୁ ଚେଷ୍ଟା କରୁଛନ୍ତି ଏହା ସହିତ ନେପାଳରେ ଏଭଳି ଉଦ୍ୟମ ସଫଳ ହେବ ନାହିଁ ବୋଲି ପ୍ରଚଣ୍ଡ ମଧ୍ୟ ଚେତାବନୀ ଦେଇଛନ୍ତି । ଏହା ସହିତ ପ୍ରଚଣ୍ଡ ଏହା ମଧ୍ୟ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ତାଙ୍କୁ ଓ ତାଙ୍କ ସାଥୀ ମାନେ ଯେଉଁମାନେ ଓଲିଙ୍କୁ ବିରୋଧ କରୁଛନ୍ତି ସେମାନଙ୍କୁ ସେ ମିଛ ମାମଲାରେ ଫସାଇ ଜେଲରେ ଭର୍ତ୍ତି କରିଦେବେ ବୋଲି ।

  • Tags:

Subscribe

National International State Sports Entertainment