ନ୍ୟୁୟର୍କ: ପାକିସ୍ତାନର ଲସ୍କର-ଇ-ତୋଏବା, ଜୈଶ-ଏ-ମହମ୍ମଦ ଓ ଅଲକାଏଦା, ଜାତିସଂଘରେ ତାଲିକାଭୁକ୍ତ ଆଇଏସ୍ ଆଇଏସ୍ ଏବଂ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାରତ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ଗୁରୁବାର ଏହି ମିଳିତ ସଂକଳ୍ପ ନେଇଛନ୍ତି।
ଜାତିସଂଘ ସାଧାରଣ ପରିଷଦର ୭୯ତମ ଅଧିବେଶନ ଅବସରରେ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା ଗୋଷ୍ଠୀ ଆଇବିଏସଏ ତତ୍ତ୍ୱାବଧାନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ବ୍ରାଜିଲ୍ ପ୍ରତିପକ୍ଷ ମଉରୋ ଭିୟରା ଏବଂ ଦକ୍ଷିଣ ଆଫ୍ରିକାର ରୋନାଲ୍ଡ ଲାମୋଲା ଯୋଗ ଦେଇଥିଲେ।
ଏହି ବୈଠକରେ ଆତଙ୍କବାଦକୁ ସବୁ ପ୍ରକାର ନିନ୍ଦନୀୟ ବୋଲି କହିବା ସହ ଏହା ଏକ ବିଶ୍ଵ ବିପଦ ଯାହାର ମୁକାବିଲା କରିବା ଜରୁରୀ ବୋଲି ସହମତି ପ୍ରକାଶ ପାଇଛି ପୃଥିବୀର ପ୍ରତ୍ୟେକ ପ୍ରାନ୍ତରେ ଆତଙ୍କବାଦୀଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିପାତ କରାଯିବା ଦରକାର। ଆତଙ୍କବାଦ ବିରୋଧରେ ଲଢ଼େଇ ଅନ୍ତର୍ଜାତୀୟ ଆଇନ, ବିଶେଷ କରି ଜାତିସଂଘ ଚାର୍ଟର ଏବଂ ଅନ୍ତର୍ଜାତୀୟ ମାନବାଧିକାର ଆଇନ ସହିତ ଲଢ଼ିବା ଆବଶ୍ୟକ ବୋଲି ସମସ୍ତେ ସହମତ ହୋଇଥିଲେ।
ଲସ୍କର, ଜେଇଏମ୍ ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ସମେତ ସମସ୍ତ ଆତଙ୍କବାଦୀ ଏବଂ ସେମାନଙ୍କ ହେଣ୍ଡଲରଙ୍କ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ତିନି ଜଣ ଆହ୍ୱାନ ଦେଇଛନ୍ତି। ମିଳିତ ଜାତିସଂଘ ମହାସଭାରେ ଆନ୍ତର୍ଜାତିକ ଆତଙ୍କବାଦ ସମ୍ପର୍କିତ ବିସ୍ତୃତ ଚୁକ୍ତିକୁ ଶୀଘ୍ର ଗ୍ରହଣ କରିବା ପାଇଁ ମିଳିତ ପ୍ରୟାସକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀମାନେ ସେମାନଙ୍କର ସଂକଳ୍ପକୁ ଦୋହରାଇଥିଲେ।
ଏକ ଦୃଢ଼ ଆତଙ୍କବାଦ ନିରୋଧୀ ବ୍ୟବସ୍ଥା ପ୍ରତିଷ୍ଠା କରିବା ପାଇଁ ବିଶ୍ୱ ସମୁଦାୟ ଏବଂ ଏଥିରେ ମିଳିତ ଜାତିସଂଘ କେନ୍ଦ୍ରୀୟ ଭୂମିକା ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଆତଙ୍କବାଦୀଙ୍କ ସୀମାପାର ଗତିବିଧି, ଆତଙ୍କବାଦୀ ନେଟୱାର୍କକୁ ଅର୍ଥ ଯୋଗାଣ ଏବଂ ସେମାନଙ୍କ ଅଞ୍ଚଳରୁ ଉତ୍ପନ୍ନ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପ ସମେତ ଆତଙ୍କବାଦକୁ ରୋକିବା ଏବଂ ମୁକାବିଲା କରିବା ପାଇଁ ସମସ୍ତ ଦେଶର ଦାୟିତ୍ୱକୁ ସେମାନେ ସ୍ମରଣ କରିଥିଲେ।
ୟୁକ୍ରେନ-ରୁଷ୍ ସଂଘର୍ଷକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଶାନ୍ତି ପ୍ରତିଷ୍ଠା ପାଇଁ ପରସ୍ପର ମଧ୍ୟରେ ସିଧାସଳଖ କଥାବାର୍ତ୍ତା ଓ ଉତ୍ତେଜନା ହ୍ରାସ କରିବାକୁ ଆହ୍ୱାନ ଦେବା ସହ ଇସ୍ରାଏଲ-ଗାଜା ଉପରେ ମଧ୍ୟ ନିଜର ମତ ବ୍ୟକ୍ତ କରିଛନ୍ତି।
ଅଧିକ ପଢ଼ନ୍ତୁ: ଆଇନ ଆଣିଲେ ଥାଇଲାଣ୍ଡ ସରକାର