ଖବର ଓଡିଶା : 24/02/2023:
ଇଣ୍ଡୋନେସିଆରେ ଭୀଷଣ ଭୂମିକମ୍ପ । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ବୋଲି ଜଣାପଡିଛି । ଏହା ଇଣ୍ଡୋନେସିଆର ଟୋବେଲୋ ସହରର ୧୭୭ କିଲୋମିଟର ଉତ୍ତର ଦିଗରେ କେନ୍ଦ୍ରୀଭୂତ ହୋଇଥିବା ଜଣାପଡିଛି । ଏଥିରେ କୌଣସି ଧନଜୀବନ କ୍ଷତି ହୋଇଥିବାର ସୂଚନା ଏଯାଏଁ ମିଳିନାହିଁ ।
ଇଣ୍ଡୋନେସିଆ ପରେ ପାକିସ୍ତାନରେ ମଧ୍ୟ ଆଜି ସକାଳେ ଭୂମିକମ୍ପ ଅନୁଭୂତ ହୋଇଛି। ପାକିସ୍ତାନର ରାଜଧାନୀ ଇସଲାମାବାଦଠାରୁ ୨୯ କିଲୋମିଟର ପଶ୍ଚିମରେ ସ୍ଥାନୀୟ ସମୟ ସକାଳ ୬ଟା ୬ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୯ ରହିଥିଲା।