ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ସପ୍ତାହରେ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରେ ଆହତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନିର୍ବାଚନ ପ୍ରଚାର କରୁଛନ୍ତି। ସେ ରିପବ୍ଲିକାନ ପାର୍ଟି ତରଫରୁ ରାଷ୍ଟ୍ରପତି ପଦବି ପାଇଁ ପ୍ରାର୍ଥୀ ହୋଇଛନ୍ତି। ଆକ୍ରମଣ ଘଟଣା ପରେ ସେ ପ୍ରଥମ ଥର ରାଲିରେ ସାମିଲ ହୋଇଛନ୍ତି। ସେ କହିଛନ୍ତି, ଗଣତନ୍ତ୍ର ପାଇଁ ଗୁଳିଚୋଟ ଖାଇଛି।
ଟ୍ରମ୍ପ ଆମରିକୀୟ ରାଜ୍ୟ ମିଶିଗନର ଗ୍ରାଣ୍ଡ ରାପିଡ୍ସରେ କହିଛନ୍ତି, ସେମାନେ କୁହନ୍ତି, ମୁଁ ଗଣତନ୍ତ୍ର ପାଇଁ ବିପଦ। କିନ୍ତୁ ଗତ ସପ୍ତାହରେ ଗଣତନ୍ତ୍ର ପାଇଁ ମୁଁ ଗୁଳିଚୋଟ ଖାଇଛି। ଟ୍ରମ୍ପଙ୍କୁ ପେନ୍ସିଲଭେନିଆରେ ଜୁଲାଇ ୧୩ରେ ଏକ ନିର୍ବାଚନୀ ରାଲିରେ ଯୋଗଦେବା ଅବସରରେ ଗୁଳିମାଡ଼ ହୋଇଥିଲା। ଏଥିରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଆହତ ହୋଇଥିଲେ। ଏହି ଆକ୍ରମଣ ଘଟଣା ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଆକ୍ରମଣକାରୀ ନହତ ହୋଇଥିଲା।
ଟ୍ରମ୍ପ କହିଛନ୍ତି, ଏକ ସପ୍ତାହ ପୂର୍ବରୁ ଈଶ୍ବରଙ୍କ ପୂର୍ବରୁ ବର୍ତ୍ତି ଯାଇଥିଲି। ଏଥି ପାଇଁ ଆଜି ଆପଣମାନଙ୍କର ସାମ୍ନାରେ ଛିଡ଼ା ହୋଇଛି। ମୁଁ ଆଶା କରୁଛି ଯେ, ଦ୍ବିତୀୟ ଥର ଏଭଳି ଘଟଣା ନ ଆସୁ। ଟ୍ରମ୍ପ ନିଜର ଡେମୋକ୍ରେଟିକ ପ୍ରତିଦ୍ବନ୍ଦ୍ବୀଙ୍କୁ ଟାର୍ଗେଟ କରି କହିଛନ୍ତି, ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଦୁର୍ବଳ ବରିଷ୍ଠ ନାଗରିକ। ଡେମୋକ୍ରେଟିଭ୍ରେ ନେତୃତ୍ବ ନେଇ ତଳଉପର ହେଉଛି। ସେ ଆହୁରି କହିଛନ୍ତି ଯେ, ଦ୍ବିତୀୟ ଥର ଚୟନ କରାନଗଲେ ତୃତୀୟ ବିଶ୍ବଯୁଦ୍ଧ ହେବାର ଆଶଙ୍କା ରହିଛି। କିନ୍ତୁ ମୋର ନେତୃତ୍ବରେ ଅନ୍ତର୍ଜାତୀୟ ସଂକଟ ସୃଷ୍ଟି ହେବ ନାହିଁ।