ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଏକ ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ କେତେ ଲୋକ ନିଜ ପ୍ରାଣ ହରାଇସାଲେଣି | ଯୁଦ୍ଧରେ ହଜାର ହଜାର ନିରୀହ ଲୋକ ବାସହୀନ ହୋଇପଡିଛନ୍ତି । ଶହ ଶହ ଲୋକ ନିଜର ବାସସ୍ଥାନ ହରାଇ ବସିଛନ୍ତି । ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ଇସ୍ରାଏଲ- ହମାସ ଯୁଦ୍ଧ ଥମିବାର ନାଁ ନେଉନାହିଁ | ହମାସ ଲୋକ ଇସ୍ରାଏଲ ସୈନ୍ୟଙ୍କୁ ବନ୍ଧକ ବନାଇ ରଖିଛନ୍ତି । ଶତାଧିକ ହମାସ ଆତଙ୍କବାଦୀ ଇସ୍ରାଏଲ ଭିତରେ ରହି ଆକ୍ରମଣ ଚଳାଇଥିବା ବେଳେ ଇସ୍ରାଏଲ ଘୋଷଣା କରିଛି ଯେ ଗାଜାରୁ ହମାସକୁ ମୂଳପୋଛ କରିଦେବ ବୋଲି | ଆଉ ଏହି ଯୁଦ୍ଧ ପରିସ୍ଥିତି ଭିତରେ ବଲିଉଠୁ ଅଭିନେତ୍ରୀଙ୍କ ମଧ୍ୟରେ ଯୁଦ୍ଧକୁ ନେଇ ମତାନ୍ତର ଦେଖାଦେଇଛି ।
ଏହାରି ଭିତରେ କିଛି ଅଭିନେତ୍ରୀ ଇସ୍ରାଏଲ ସପକ୍ଷରେ ବାହାରିଥିବାବେଳେ ଆଉ କିଛି ଅଭିନେତ୍ରୀ ପାଲେଷ୍ଟାଇନ ସପକ୍ଷରେ ବାହାରିଛନ୍ତି । ବଲିଉଡ୍ ଅଭିନେତ୍ରୀ ସ୍ୱାରା ଭାଷ୍କର ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଲାଗିଥିବା ଯୁଦ୍ଧ ଉପରେ ପ୍ରତିକ୍ରିୟା ରଖିଛନ୍ତି । ସ୍ୱରା ଏହି ଯୁଦ୍ଧରେ ପାଲେଷ୍ଟାଇନକୁ ସପୋର୍ଟ କରିବା ପାଇଁ ନିଜର ସ୍ୱର ଉଠାଇଛନ୍ତି । ସ୍ୱାରା ତାଙ୍କ ଇନ୍ସଟାଗ୍ରାମ ପୋଷ୍ଟରେ ଏକ ଷ୍ଟୋରୀ ସେୟାର କରି ଲେଖିଛନ୍ତି, ଯେତେବେଳେ ଇସ୍ରାଏଲୀୟମାନେ ପାଲେଷ୍ଟାଇନ୍ ଉପରେ ଆକ୍ରମଣ କରିଥିଲେ, ପାଲେଷ୍ଟାଇନ୍ ଲୋକଙ୍କ ଘରଦ୍ୱାର ନଷ୍ଟ କରିଦେଇଥିଲେ, ଲୋକଙ୍କୁ ବାସହରା କରିଦେଇଥିଲେ, କୁନି କୁନି ପିଲାଙ୍କୁ ବି ଛାଡିନଥିଲେ । ଦଶନ୍ଦି ଧରି ଗାଜା ଉପରେ ଆକ୍ରମଣ କରିଚାଲିଥିଲେ ସେତେବେଳେ କୌଣସି ଲୋକ ଦୁଃଖ ପ୍ରକାଶ କରିନଥିଲେ । କିନ୍ତୁ ବର୍ତ୍ତମାନ ଇସ୍ରାଏଲ ସହ ସମାନ ଘଟଣା ଘଟୁଥିବାବେଳେ ଯେଉଁଲୋକମାନେ ଦୁଃଖ ପ୍ରକାଶ କରୁଛନ୍ତି ସେମାନ କପଟୀ ଅଟନ୍ତି ।
ଅନ୍ୟପଟେ ବଲିଉଡ୍ କ୍ୱିନ୍ କଙ୍ଗନା ରାନାୱତ୍ ଇସ୍ରାଏଲ ସପୋର୍ଟରେ ସ୍ୱର ଉଠାଇଛନ୍ତି । ହମାସର ଲୋକଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି କଙ୍ଗନା । ସେ ଲେଖିଛନ୍ତି, ହମାସର ଆତଙ୍କବାଦୀମାନେ, ଇସ୍ରାଏଲ ମହିଳାଙ୍କୁ ଦୁଷ୍କର୍ମ କରୁଛନ୍ତି । ଇସ୍ରାଏଲ ମହିଳାଙ୍କ ସହ ବର୍ବର କାଣ୍ଡ ଘଟାଉଛନ୍ତି । ଯାହାକୁ ଦେଖି କାହାର ବି ହୃଦୟ ଭାଙ୍ଗିଯିବ । ପାଲେଷ୍ଟାଇନ୍ ଇସ୍ରାଏଲ ସହ ଯାହା ଘଟାଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଅଭିନେତ୍ରୀ ଗୌହର ଖାନ୍ ବି ଏହି ଯୁଦ୍ଧକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କାହାର ବି ଜୀବନ ନେବା ଠିକ୍ କଥା ନୁହେଁ । ବିଶ୍ୱରେ ଶାନ୍ତି ବଜାୟ ରହିବା ନିହାତି ଆବଶ୍ୟକ । ତେଣୁ ଯୁଦ୍ଧ ଭୟଙ୍କର ରୂପ ନେବା ପୂର୍ବରୁ ହିଁ ଏଥିରେ ବିରାମ ଲଗାଇବା ଆବଶ୍ୟକ ରହିଛି ।
ଅଧିକ ପଢ଼ନ୍ତୁ : ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଲଢେଇ