ମସ୍କଟ୍: ଦକ୍ଷିଣ ଇରାନର ହର୍ମୋଜଗାନ ପ୍ରଦେଶର ବନ୍ଦର ଆବାସ ସହରର ସହିଦ ରାଜାଇ ବନ୍ଦରରେ ଶନିବାର ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଏଯାଏଁ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୭୫୦ରୁ ଅଧିକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣଟି ମିସାଇଲ ପ୍ରୋପେଲେଣ୍ଟ ତିଆରି ପାଇଁ ବ୍ୟବହୃତ ରାସାୟନିକ ପଦାର୍ଥର ଏକ ପଠାଣ ସହିତ ଜଡିତ ବୋଲି ଅନୁମାନ କରାଯାଉଛି। କିନ୍ତୁ ଇରାନରେ କେହି ସିଧାସଳଖ କହିନାହାଁନ୍ତି ଯେ ବିସ୍ଫୋରଣ କୌଣସି ଆକ୍ରମଣ ଯୋଗୁଁ ହୋଇଥିଲା କି ନାହିଁ।
ବିସ୍ଫୋରଣ ଫଳରେ ଆକାଶରେ ଏକ ବିରାଟ ଧୂଆଁର କୁଣ୍ଡ ଖେଳିଗଲା ଏବଂ ନିକଟବର୍ତ୍ତୀ କୋଠା ଏବଂ କାରଗୁଡ଼ିକୁ ବ୍ୟାପକ କ୍ଷତି ପହଞ୍ଚାଇଲା। ଶନିବାର ଦିନ ଇରାନ ଏବଂ ଆମେରିକୀୟ ଅଧିକାରୀମାନେ ତେହେରାନର ଦ୍ରୁତଗତିରେ ଗତିଶୀଳ ପରମାଣୁ କାର୍ଯ୍ୟକ୍ରମ ଉପରେ ତୃତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଓମାନରେ ଏକାଠି ହୋଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା।
ଆଲୋଚନାର ନେତୃତ୍ୱ ନେଉଥିବା ଇରାନ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ମଧ୍ୟ ବୁଧବାର ସ୍ୱୀକାର କରିଛନ୍ତି ଯେ "ଅତୀତର ଉଦାହରଣଗୁଡ଼ିକୁ ବିଚାର କରି ଆମର ସୁରକ୍ଷା ସେବାଗୁଡ଼ିକ ଉଚ୍ଚ ସତର୍କତାରେ ଅଛନ୍ତି।" ତଥାପି, ଆହତମାନଙ୍କୁ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପଡ଼ୋଶୀ ଫାର୍ସ ପ୍ରଦେଶର ରାଜଧାନୀ ଶିରାଜରେ ଏକ 90 ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ମଧ୍ୟ ଘଟଣାରେ ସମ୍ଭାବ୍ୟ ଆହତମାନଙ୍କୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ରଖାଯାଇଥିଲା।
ଅଧିକ ପଢ଼ନ୍ତୁ: ଭାରତକୁ ପାକିସ୍ତାନୀ ମନ୍ତ୍ରୀ କହିଲେ- ପାଣି ବନ୍ଦ କଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ