ଖରାଛୁଟିରେ ପିଲାଙ୍କୁ ମିଳିବ ଆଇରନ ଓ ଫଲିକଏସିଡ ଟ୍ୟାବଲେଟ୍‌, ଟ୍ୟାବଲେଟ୍‌ ବାଣ୍ଟିବାକୁ ଶିକ୍ଷକମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ
Khabar Odisha:Odisha-school-students-to-get-iron-folic-acid-tablets-at-doorstep-during-summer-vacation
ଖବର ଓଡିଶା : 27/04/2023

ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକଏସିଡ ଟ୍ୟାବଲେଟ୍‌। ୧୯ ଏପ୍ରିଲରୁ ୧୬ଜୁନ ଯାଏ ଘରକୁ ଘର ବୁଲି ଟ୍ୟାବଲେଟ୍‌ ବଣ୍ଟାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଛାତ୍ରଛାତ୍ରୀ ପିଛା ୮ଟି IFA ଟ୍ୟାବଲେଟ୍‌ ଦିଆଯିବ । ପିଙ୍କ ଟ୍ୟାବଲେଟ୍‌ ପ୍ରଥମରୁ ପଞ୍ଚମ ଓ ବ୍ଲୁ ଟ୍ୟାବଲେଟ ଷଷ୍ଠରୁ ଦ୍ଲୱାଦଶ ଛାତ୍ରଛାତ୍ରୀଙ୍କୁ ଦିଆଯିବ। ଏକ୍ସପାରି ଡେଟ ଯାଞ୍ଚ ପରେ ଅଭିଭାବକଙ୍କୁ ହସ୍ତାନ୍ତର ହେବ ଟ୍ୟାବଲେଟ୍‌ । ଏକ୍ସପାରି ଟ୍ୟାବଲେଟ୍‌କୁ ନବାଣ୍ଟି ସ୍ୱାସ୍ଥ୍ୟ ବିଭାଗକୁ ଫେରସ୍ତ କରାଯିବ। ପ୍ରତି ଛାତ୍ରଛାତ୍ରୀ ସୋମବାର ଗୋଟିଏ ଆଇଏଫଏ ଟ୍ୟାବଲେଟ୍‌ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରଭୋଜନ ପରେ ଖାଇବେ । ଟାଣ ଖରା ଯୋଗୁଁ ଏସଆରସିଙ୍କ ଗାଇଡଲାଇନ ମାନି ସକାଳେ କି ସନ୍ଧ୍ୟା ସମୟରେ ଏହି ଟ୍ୟାବଲେଟ୍‌ ଘରକୁ ଯାଇ ବାଣ୍ଟିବେ ଶିକ୍ଷକ ।

ସୂଚନାଯୋଗ୍ୟ ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଛୁଟି ଘୋଷଣା କରାଯାଇଛି । ଏପ୍ରିଲ ୨୧ ଠାରୁ ଜୁନ୍‌ ୧୬ ପର୍ଯ୍ୟନ୍ତ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ ଗୁଡ଼ିକୁ ବନ୍ଦ ରହିବ । ରାଜ୍ୟ ସରକାରଙ୍କ ଆନେମିଆ ମୁକ୍ତ ଲକ୍ଷ ଅଭିଯାନ ବା ଅମ୍ଳାନ କାର୍ଯ୍ୟକ୍ରମ ଜରିଆରେ ଆନେମିଆ ଦୂରୀକରଣ ଲକ୍ଷ୍ୟ ରଖାଯାଇଛି । 

Subscribe

National International State Sports Entertainment