ମଣିଷ ସଦା ସର୍ବଦା ନିଜ ସ୍ବାସ୍ଥ୍ୟ ପାଇଁ ଯତ୍ନବାନ ହୋଇଥାଏ। ଏପରିକି ଆମ ଶରୀର ପାଇଁ ସବୁଠାରୁ ହିତକର ହୋଇଥାଏ ସବୁଜ ପନିପରିବା ତେବେ ପ୍ରତ୍ୟେକ ପରିବାରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ବ ଭରପୁର ମାତ୍ରାରେ ରହିଥିବା ବେଳେ ଅନେକ ପରିବା ଆମକୁ ପସନ୍ଦ ନଥାଏ କିନ୍ତୁ ସେହି ପରିବାଆମ ଶରୀରକୁ ଅନେକ ଫାଇଦା ଦେଇଥାଏ।
ତେବେ ସେହିପରି ଆଜି ଆମେ ଜାଣିବା ପାଣି କଖାରୁ ଜୁସ୍ ର ଉପକାରିତା ବିଷୟରେ। ପାଣି କଖାରୁରେ ପ୍ରଚୁର ପରିମାଣର ପ୍ରୋଟିନ, ଜିଙ୍କ୍, ଫାଇବର, ଆଇରନ୍, କ୍ୟାଲସିୟମ, ମ୍ୟାଗ୍ନେସିୟମ୍ ଏବଂ ପସଫରସ ଭଳି ଅନେକ ପୋଷକ ତତ୍ତ୍ବ ଭରପୁର ରହିଛି। ଯାହା ଫଳରେ ଶରୀରକୁ ଅନେକ ଫାଇଦା ଦେଇଥାଏ। ଏଥିରେ କ୍ୟାଲୋରୀ କମ୍ ଏବଂ ଫାଇବର ଅଧିକ ଥାଏ। ତେବେ ପାଣି କଖାରୁ ପାଚନ ଶକ୍ତିରେ ସୁଧାର କରେ,ଓଜନ ହ୍ରାସ,ଇମ୍ୟୁନିଟିରେ ବୃଦ୍ଧି ଏବଂ ହାର୍ଟକୁ ସୁସ୍ଥ ରଖେ। ତେବେ ମୁଖ୍ୟତଃ ପାଣି କଖାରୁ ଜୁସ ହାର୍ଟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ।
ଏହି ଜୁସର ନିୟମିତ ସେବନ ଦ୍ବାରା ବ୍ଲଡପ୍ରେସର ଏବଂ ହାଇକୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ତେଣୁ ହାର୍ଟ ଜନିତ ରୋଗର ସମସ୍ୟା ଆଶଙ୍କାକୁ କମିଯାଏ। ତେଣୁ ବଡ଼ ହୁଅନ୍ତୁ କିମ୍ବା ଛୋଟ ଛୁଆ ପ୍ରତ୍ୟେକ ଦିନ ଏହି ଜୁଶ ର ସେବନ କରିବା ଦ୍ୱାରା ଅନେକ ଲାଭ ପାଇପାରିବେ।