ଜୀବନ ଯୁଦ୍ଧରେ ହାରିଗଲେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ ଭୁବନେଶ୍ୱର, ଜୁଲାଇ ୨୧(ଖବର ଓଡିଶା): Share story: ଜୀବନ ଯୁଦ୍ଧରେ ଲଢେଇ କରୁ କରୁ ହାରିଗଲେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ ରାୟ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ତେବେ ଦୀର୍ଘ ଦିନ ଧରି ସେ କ୍ୟାନସରରେ ପୀତ ହୋଇ ଚିକିତ୍ସାଧୀନ ଥିଲେ । ତେବେ କ୍ୟାନସରରେ ପୀଡିତ ହୋଇ ମଧ୍ୟ ସେ କେବେ ବି ଭାଙ୍ଗି ପଡିନଥିଲେ । କ୍ୟାନସର ସହିତ ଲଢେଇ କରି କ୍ୟାନସରୁ ହରାଇବେ ବୋଲି ସବୁବେଳେ କହିଆସୁଥିଲେ । ମାତ୍ର ଆଜି ସେ ଲଢେଇ କରୁ କରୁ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ସୂଚନା ଅନୁସାରେ, ଗତକାଲି ତାଙ୍କର ଦେହ ହଠାତ ଅସୁସ୍ଥ ହୋଇପଡିଥିଲା । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ରାଜେଶ୍ୱରୀଙ୍କ ବିୟୋଗ ସାରା ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ଖବର ଓଡ଼ିଶା, Reporter, 20/07/2022