ନୂଆଦିଲ୍ଲୀ: ହଲିଉଡ ସିନେମାରୁ ଏକ ଖରାପ ଖବର ଆସିଛି। ପ୍ରସିଦ୍ଧ ଅଭିନେତ୍ରୀ ମିଚେଲ କ୍ରିଷ୍ଟିନ ଟ୍ରାଚଟେନବର୍ଗଙ୍କ ପରଲୋକ ହୋଇଯାଇଛି। ମାତ୍ର ୩୯ ବର୍ଷ ବୟସରେ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ମନୋରଞ୍ଜନ ଜଗତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କେହି ବିଶ୍ୱାସ କରିପାରିବେ ନାହିଁ ଯେ ମିସେଲ ଆଉ ଆମ ମଧ୍ୟରେ ନାହାନ୍ତି।
ନ୍ୟୁୟର୍କରେ ଥିବା ତାଙ୍କ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରୁ ମିସେଲ ଟ୍ରାଚଟେନବର୍ଗଙ୍କ ମୃତଦେହ ମିଳିଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଅଭିନେତ୍ରୀଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଶିଶୁ କଳାକାର ଭାବରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ମିଚେଲ ଟ୍ରାଚଟେନବର୍ଗ ଚଳଚ୍ଚିତ୍ର ଏବଂ ଟେଲିଭିଜନର ଅଗ୍ରଣୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ। ବିବିସିର ଏକ ରିପୋର୍ଟ ଅନୁଯାୟୀ, ଫେବ୍ରୁଆରି ୨୬ ତାରିଖରେ ତାଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିଥିଲା। ମିସେଲ ନ୍ୟୁୟର୍କର ସେଣ୍ଟ୍ରାଲ ପାର୍କ ସାଉଥସ୍ଥିତ ୱାନ୍ କଲମ୍ବସ୍ ପ୍ଲେସ୍ରେ ଥିବା ତାଙ୍କ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ରହୁଥିଲେ। ସେଠାରେ ତାଙ୍କ ମୃତଦେହ ମିଳିଥିଲା।
ମିସେଲ ଟ୍ରାଚଟେନବର୍ଗଙ୍କ ହଠାତ୍ ବିୟୋଗ ହଲିଉଡ ସିନେମାରେ ଶୋକର ଛାୟା ଖେଳାଇ ଦେଇଛି। ତାଙ୍କ ପରିବାର ଓ ପ୍ରଶଂସକମାନେ ଭାଙ୍ଗି ପଡ଼ିଛନ୍ତି। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କୌଣସି ସନ୍ଦେହଜନକ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିନାହିଁ। ତେବେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ନିକଟରେ ମିସେଲ ଟ୍ରାକ୍ଟେନବର୍ଗ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଭିନ୍ନ ନଜର ଆସିଥିଲେ, ଯାହା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ବଢାଇଦେଇଥିଲା। ତାଙ୍କର ଲିଭର ପ୍ରତିରୋପଣ ହୋଇଥିବା ମଧ୍ୟ ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ: ୫ ଦିନ ହେଲା ମିଳିନି କୌଣସି ଖୁସି ଖବର