ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦%ପ୍ରତିଶତ ମତଦାନ ହୋଇଛି । ସୂଚନା ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ । ୫୯ ଦଶମିକ ୬୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ସବୁଠୁ କମ୍ ଭୋଟ ପଡିଛି । ଦେବଗଡରେ ସର୍ବାଧିକ ମତଦାନ ହୋଇଛିି । ସେହିଭଳି ବିଧାନସଭା କ୍ଷେତ୍ରରେ କୁଚିଣ୍ଡାରେ ସର୍ବାଧିକ ମତଦାନ ହୋଇଛି । ଭୁବନେଶ୍ୱର ମଧ୍ୟରେ ସର୍ବନିନ୍ନ ଭୋଟର ମତଦାନ କରିଛନ୍ତି । ସେପଟେ ୱେବକାଷ୍ଟିଂରେ ବୁଥ ମନିଟରିଂ କରୁଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ସେହିପରି ଦିନ ୫ଟା ସୁଦ୍ଧା ଦେଓଗଡରେ ୬୭ ପ୍ରତିଶତ ହୋଇଥିବା ବେଳେ ଢେଙ୍କାନାଳରେ ୫୮ଦଶମିକ ୬୯ ପ୍ରତିଶତ ,କେଉଁଝର ୬୨ ଦଶମିକ ୫୯ ପ୍ରତିଶତ ଖୋର୍ଧା ୫୪ ଦଶମିକ ୩୫ ପ୍ରତିଶତ ଓ ମୟୁରଭଂଜ ୬୫ ଦଶମିକ ୬୧ ପ୍ରତିଶତ ରହିଛି ।