ଆସନ୍ତା ୧୯ରୁ ମାଟ୍ରିିକ୍ ପରୀକ୍ଷା, ଏଥର ପରୀକ୍ଷା ଦେବେ ୫ ଲକ୍ଷ ୬୦ ହଜାର ୮୯୧ ଛାତ୍ରଛାତ୍ରୀ
Khabar Odisha:Education-Odisha-5lack-60thousand-861-Students-will-Give-Matric-exam
ଭୁବନେଶ୍ୱର, ଫେବୃଆରୀ ୦୩ (ଖବର ଓଡ଼ିଶା):

ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେବେ ୫ ଲକ୍ଷ ୬୦ ହଜାର ୮୯୧ ପରୀକ୍ଷାର୍ଥୀ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । 

ମାଟ୍ରିକ୍ ପରୀକ୍ଷା ଫେବ୍ରୁଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ପର‌୍ୟ୍ୟନ୍ତ ଚାଲିବ । ଏଥି ପାଇଁ ୩୦୭ ନୋଡାଲ ସେଣ୍ଟର ଓ ୨୮୮୮ ପରୀକ୍ଷା କେନ୍ଦ୍ର ଧାର୍ଯ୍ୟ ହୋଇଛି ।  ସମ୍ବେଦନଶୀଳ ୧ ହଜାର କେନ୍ଦ୍ରରେ ସିସିଟିଭି ଲଗାଇବା ପାଇଁ କାର୍ଯ୍ୟ ଜାରି କରାଯାଇଛି । ୨୨ ପୋଲିସ ଷ୍ଟେସନକୁ ମଧ୍ୟ ନୋଡାଲ ସେଣ୍ଟର କରିବାକୁ ନିଷ୍ପତି ହୋଇଛି ।  ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡ଼ ବ୍ୟବସ୍ଥା ମଧ୍ୟ କରାଯାଇଛି । ୪ ରୁ ୧୨ ତାରିଖ ମଧ୍ୟରେ ସୁପରିଟେଣ୍ଡେଣ୍ଟ ଓ ନୋଡାଲ ଇନଚାର୍ଜଙ୍କୁ ତାଲିମ ଦିଆଯିବ । ନୋଡାଲ ସେଷ୍ଟର ଗୁଡ଼ିକରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି ।

ମାଟ୍ରିକ୍ ପରୀକ୍ଷା ଆରମ୍ଭ ଅର୍ଥାତ ୧୯ ତାରିଖ ଦିନ ପ୍ରଥମ ଭାଷା ଓଡିଆ ପରୀକ୍ଷା ରହିଛି । ଏହାପରେ ୨୨ରେ ଇଂରାଜୀ ପରୀକ୍ଷା, ୨୪ରେ ସଂସ୍କୃତ/ ହିନ୍ଦୀ ପରୀକ୍ଷା, ୨୬ରେ ଗଣିତ, ୨୮ରେ ସାଧାରଣ ବିଜ୍ଞାନ ପରୀକ୍ଷା ହେବ। ପରୀକ୍ଷା ସମୟ ସକାଳ ୧୦ଟାରୁ ଦିନ ୧୨ଟା ୩୦ ଯାଏଁ ରହିବ। ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ। 

  • Tags:

Subscribe

National International State Sports Entertainment