ସମ୍ବଲପୁର: ଖାକିରେ ଲାଗିଲା କଳଙ୍କର ଦାଗ । ରକ୍ଷକ ସାଜିଲା ଭକ୍ଷକ । ନାବାଳିକାକୁ ଅସଦାଚରଣ କରିବା ମାମଲାରେ ବନ୍ଧା ହେଲେ ପୋଲିସ ବାବୁ । ସମ୍ବଲପୁର ବରେଇପାଲି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ପୋଲିସ କର୍ମଚାରୀ ଗିରଫ ହୋଇଛନ୍ତି । ଗିରଫ ପୋଲିସ କର୍ମଚାରୀ ଜଣକ ହେଲେ ଓଏପିଏଫ ଯବାନ ବିରଞ୍ଚି ମୁଣ୍ଡା ।
ମିଳିଥିବା ସୂଚନା ମୁତାବକ, ବରେଇପାଲି ଥାନାରେ କାର୍ଯ୍ୟରତ ଓଏପିଏଫ ଯବାନ ବିରଞ୍ଚି ମୁଣ୍ଡା ବରେଇପାଲିରେ ଏକ ଭଡାଘରେ ରହୁଥିଲେ । ତାଙ୍କ ବିରୁଦ୍ଧରେ ଆସିଛି ସଙ୍ଗୀନ ଅଭିଯୋଗ । ଜଣେ ନାବାଳିକାକୁ ଅସଦାଚରଣ କରିବା ନେଇ ବରେଇପାଲି ଥାନାରେ ପୀଡ଼ିତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଗତ ରବିବାର ରାତିରେ ଏହି ଘଟଣା ଘଟିଛି । ତେବେ ଏ ନେଇ ସୋମବାର ଦିନ ବରେଇପାଲି ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ମାମଲା ରୁଜୁ କରି ବିରଞ୍ଚି ମୁଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।