କୋଲକାତା: କୋଲକାତାର ଆର.ଜି କର ହସ୍ପିଟାଲର ମହିଳା ଡାକ୍ତରଙ୍କୁ ବଳାତ୍କାର ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ତନ୍ନ ତନ୍ନ କରି ମାମଲାର ଖୋଳତାଡ଼ କରୁଛି ସିବିଆଇ । ଏହାରି ମଧ୍ୟରେ ଆଜି ସିବିଆଇକୁ ସଂଜୟ ରାୟର ନ୍ୟାୟିକ ହେପାଜତ ମିଳିଛି । ସ୍ୱତନ୍ତ୍ର କୋର୍ଟ ମାମଲାରେ ଅଭିଯୁକ୍ତ ସଂଜୟ ରାୟଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି । କୋର୍ଟ ଅଭିଯୁକ୍ତକୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।
ସାଇକୋ ଟେଷ୍ଟ ରିପୋର୍ଟରୁ ଜଣାପଡିଛି ଯେ ସଞ୍ଜୟ ରାୟ ଜଣେ ପଶୁ ପ୍ରବୃତ୍ତିର ବ୍ୟକ୍ତି । ତାଙ୍କ ମସ୍ତିଷ୍କ ଯୌନ ବିକୃତ ହୋଇଥିଲେ ମଧ୍ୟ ସେ ଜଣେ ସାଧାରଣ ବ୍ୟକ୍ତି ପରି ଦେଖାଯାଉଛି । ସିବିଆଇ ଅଧିକାରୀ କହିଛନ୍ତି ଯେ ସଂଜୟ ଜେରା ବେଳେ ଠୋ ଠୋ ହୋଇ ହସୁଛି । ଘଟଣା ସ୍ଥଳରେ ସଂଜୟର ଉପସ୍ଥିତି ଥିବା ବିଭିନ୍ନ ଯାଞ୍ଚରୁ ସ୍ପଷ୍ଟ ହୋଇଛି । । କୋର୍ଟ ଅଭିଯୁକ୍ତକୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।
ଅନୁସନ୍ଧାନରୁ ଜଣାପଡିଛି ଯେ ସଞ୍ଜୟ ରାୟ ରେଡ୍ ଲାଇଟ୍ ଅଞ୍ଚଳରେ ମଦ୍ୟପାନ କରିକି ଆସିଥିଲା । ଏହା ସହ ସେ ଅଶ୍ଳୀଳ ଭିଡ଼ିଓ ମଧ୍ୟ ଦେଖିଥିଲା । ଯାହା ପରେ ସେ ଏଭଳି ଅମାନବୀୟ ଘଟଣା ଘଟାଇଥିଲା । ଅନ୍ୟପକ୍ଷରେ ଆର.ଜି କର ମେଡ଼ିକାଲ କଲେଜ ଓ ହସ୍ପିଟାଲର ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । କଲେଜ ଅଧ୍ୟକ୍ଷ ଶବ ବ୍ୟବସାୟ କରୁଥିଲେ ବୋଲି ଅଭିଯୋଗ ହୋଇଛି । କଲେଜ ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି । ସେଥିପାଇଁ ସିବିଆଇ ତାଙ୍କର ପଲିଗ୍ରାଫ ଟେଷ୍ଟ କରିବ ବୋଲି ଜଣା ପଡ଼ିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଅଗଷ୍ଟ ୯ରେ କୋଲକାତାର ଆର.ଜି କର ମେଡିକାଲ କଲେଜରେ ୩୧ ବର୍ଷିୟ ପିଜି ସ୍ନାତକ ପ୍ରଶିକ୍ଷକ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିଲା । ହତ୍ୟା ପରେ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ଏବଂ ଡାକ୍ତରମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ମଧ୍ୟ ଘୋଷଣା କରିଥିଲେ । ତେବେ ସୁପ୍ରିମକୋର୍ଟଙ୍କ ଅନୁରୋଧ ପରେ ଡାକ୍ତରମାନେ ଧର୍ମଘଟକୁ ବନ୍ଦ କରି କାର୍ଯ୍ୟକୁ ଫେରିଥିଲେ ।