ମଦ ପିଇବା ହେଲା କାଳ; ସାଙ୍ଗ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
Khabar Odisha:Youth-killed-his-father-in-Balangir
ବଲାଙ୍ଗିର, ସେପ୍ଟେମ୍ବର ୧୯ (ଖବର ଓଡ଼ିଶା):

ମଦ ନିଶାରେ ଜଣେ ସାଙ୍ଗ ନେଲା ଆଉ ଏକ ସାଙ୍ଗର ଜୀବନ । ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ସହରର ବେହେରାପାଲିରେ । ଆଜି ଚାରିଜଣ ସାଙ୍ଗ ବେହେରାପାଲିର କ୍ଲବ ନିକଟରେ ଏକାଠି ବସି ମଦ ପିଉଥିଲେ । ନିଶାସକ୍ତ ହେବା ପରେ ଚାରିଜଣଙ୍କ ଭିତରେ କୌଣସି କାରଣରୁ ବଚସା ହୋଇଥିଲା । ଏହା ପରେ ହଠାତ ଉତ୍ୟକ୍ତ ହୋଇ ମନଜିତ କୁମ୍ଭାର ଏବଂ ରାଜେନ୍ଦ୍ର ବିଭାର ନିଜ ସାଙ୍ଗ କେଶବ କୁମ୍ଭାରର ପେଟରେ ମଦବୋତଳ ଭୁଷି ଦେଇଥିଲେ । ଏହା ସହିତ ସାଙ୍ଗରେ ଥିବା କେଶବଙ୍କ ଭାଇକୁ ମଧ୍ୟ ମୁଣ୍ଡରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ କେଶବ କୁମ୍ଭାରଙ୍ଗ ମୃତ୍ୟୁ ହୋଇଥିବା ବେଲେ ତାଙ୍କ ଭାଇ ଗଭୀର ଆହତ ହୋଇଛି । ଟାଉନ ପୋଲିସ ଖବର ପାଇ ହତ୍ୟାକାରୀ ମନଜିତ କୁମ୍ଭାରକୁ ଅଟକ ରଖି ପଚରା ଉଚୁରା ଜାରୀ ରଖିଛି । ଅନ୍ୟ ଜଣେ ଅଭିଯୁକ୍ତ ରାଜେନ୍ଦ୍ର ବିଭାର ଫେରାର ଅଛି । ରାଜେନ୍ଦ୍ରକୁ ଗିରଫ କରିବା ପାଇଁ ଉଦ୍ୟମ ଜାରୀ ରଖିଛି ଟାଉନ ପୋଲିସର ସ୍ୱତନ୍ତ୍ର ଟିମ । ମୃତ ଯୁବକ କେଶବ ବେହେରାପାଲିର ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ସମ୍ୱଲପୁର ଜିଲ୍ଲା ବୁର୍ଲାରେ ରହୁଛନ୍ତି । କିଛି ଦିନ ହେଲା ନିଜ ଗାଁ ବଲାଙ୍ଗିର ସହର ବେହରାପାଲିକୁ ଆସିଥିଲେ । ଆଜି ଦୁଇଜଣ ସାଙ୍ଗଙ୍କ ସହିତ କେଶବ ଏବଂ ତାଙ୍କ ଭାଇ ମଦପିଉଥିବା ବେଲେ ଗଣ୍ଡୋଗୋଳ ଘଟି କେଶବଙ୍କର ଜୀବନ ଯାଇଛି ।

  • Tags:

Subscribe

National International State Sports Entertainment