ନବରଙ୍ଗପୁର ଜିଲ୍ଲା ରାଇଘରରୁ ନାବାଳିକାଙ୍କୁ ସ୍କୁଲ ସାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପଛରେ ସ୍କୁଲର ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ସଂପୃକ୍ତି ଥିବା ପୀଡିତା ନାବାଳିକା କହିଛନ୍ତି। ପୀଡିତା ଜଣଙ୍କ ରାଇଘର ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ ବୋଲି ଜଣାପଡିଛି। ପୀଡିତାଙ୍କ ପରିବାର ଥାନାରେ ଏତଲା ଦେବାରୁ ଏହି ଘଟଣା ସାମ୍ନାକୁ ଆସିଛି। ଏହାପରେ ପୀଡିତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ନାବାଳିକାଙ୍କ ବୟାନ ଅନୁଯାୟୀ ଘଟଣାର ଅଧିକ ତଦନ୍ତ କରୁଛି।
ସୂଚନା ଅନୁଯାୟୀ , ନାବାଳିକାଙ୍କୁ ଦୁଷ୍କର୍ମ କଲେ ଶିକ୍ଷକ। ନବରଙ୍ଗପୁର ଜିଲ୍ଲା ରାଇଘରରୁ ଏଭଳି ଲଜ୍ୟାକର ଘଟଣା ଘଟିଛି। ପୀଡିତା ଜଣଙ୍କ ରାଇଘର ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ ବୋଲି ଜଣାପଡିଛି। ୭ ତାରିଖ ଦିନ ନାବାଳିକା ଜଣଙ୍କ ସ୍କୁଲ ଯାଇଥିଲେ ଏବଂ ତାଙ୍କ ସହ ଏହି କୁତ୍ସିତ କାରନାମା ଘଟିଥିଲା। ଲୋକଲଜ୍ଜା ଭୟରେ ପୀଡିତା କାହାରିକୁ କିଛି କହିନଥିଲେ। ଏହାପରେ ପରିବାର ଲୋକେ ନାବାଳିକାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ଚିକିତ୍ସା କରିବା ପରେ କହିଥିଲେ ଯେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଛି। କନ୍ଦେଇ ଥାନାରେ ପରିବାର ଲୋକେ ସ୍କୁଲ ସାରଙ୍କ ବିରୋଧରରେ ଏତଲା ଦେଇଥିଲେ। ପୋଲିସ ଏବେ ପ୍ରଧାନଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି ଏବଂ ଘଟଣାର ଅଧିକ ତଦନ୍ତ କରୁଛି।
ଅଧିକ ପଢନ୍ତୁ ; ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ