ବୁଲନ୍ଦସହର: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ସାମାନ୍ୟ କଥାକୁ ନେଇ ନାବାଳକ ପୁତ୍ର ନିଜ ପିତାଙ୍କୁ ଛୁରୀ ଭୁସି ହତ୍ୟା କରିଛି। ମୃତକ ଉତ୍ତର ପ୍ରଦେଶ ପୁଲିସରେ ଜଣେ ମୁଖ୍ୟ କନେଷ୍ଟବଳ ଥିଲେ। ପୁଲିସ କହିଛି ଯେ, ପୁଅକୁ କାର ଚାବି ନମିଳିବାରୁ ସେ ଛୁରୀ ଭୁସି ପିତାଙ୍କୁ ହତ୍ୟା କରିଛି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୁଲନ୍ଦସହରର ଯମୁନାପୁରମ କଲୋନିରେ ଏହି ହତ୍ୟାକାଣ୍ଡ ହୋଇଛି। ପୁଲିସ କହିଛି ମୃତକ ୪୮ ବର୍ଷୀୟ ମୁଖ୍ୟ କନେଷ୍ଟବଳ ପାୱାର କର୍ପୋରେଶନରେ ମୁତୟନ ଥିଲେ। ଘଟଣା ପୂର୍ବରୁ ଉଭୟ ପିତା-ପୁତ୍ରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।
ସର୍କଲ ଅଫିସର ଶଙ୍କର ପ୍ରସାଦ କହିଛନ୍ତି, ମୁଖ୍ୟ କନେଷ୍ଟବଳଙ୍କ ୧୫ ବର୍ଷୀୟ ପୁତ୍ର କାର ଚାବି ମାଗିଥିଲା। ପିତା ଚାବି ଦେବାକୁ ମନା କରିଦେଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାରି ମଧ୍ୟରେ ରାଗରେ ଆସି ବାପାକୁ ପୁଅ ଛୁରୀରେ ଆକ୍ରମଣ କରିଥିଲା। ଏହି ଘଟଣାରେ ପରେ ଗୁରୁତର କନେଷ୍ଟବଳଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ: ସୀମା ଡେଇଁବା ଉଦ୍ୟମ କରି ଜେଲ୍ ଗଲେ କଶ୍ମୀ ଯୁବକ