ବେଆଇନ ନିଶା କାରବାର ଅଭିଯୋଗରେ ଏସ.ଟି.ଏଫ ଦ୍ୱାରା ଜଣେ ଗିରଫ
Khabar Odisha:Man-arrested-with-in-connection-with-illegal-trade-of-Narcotic-Drug-in-Koraput
କୋରାପୁଟ, ଜୁନ ୨୧ (ଖବର ଓଡ଼ିଶା):

କୋରାପୁଟ ; ବେଆଇନ ନିଶା କାରବାର ଅଭିଯୋଗରେ ଏସ.ଟି.ଏଫ ଦ୍ୱାରା ଜଣେ ଗିରଫ । ବିଶେଷ ସୂତ୍ରରୁ ଖବର ପାଇବା ପରେ ଏସ.ଟି.ଏଫ ଟିମ କୋରାପୁଟ-ଜୟପୁର ରାସ୍ତାରେ ଚଢାଉ କରି ଜଣକୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଉତ୍ତର ପ୍ରଦେଶର ମହମ୍ମଦ ଆଲମ । ତାଙ୍କ ଠାରୁ ୫୪ କେଜିର ଗଂଜେଇ ଜବତ କରିବା ସହ ଏକ ଟ୍ରକକୁ ଜବତ କରାଯାଇଛି । ଏହାସହ ଅନ୍ୟ ସାମଗ୍ରୀ ଗୁଡିକୁ ମଧ୍ୟ ଜବତ କରିଛି ଏସ.ଟି.ଏଫ ଟିମ । ଏହାପରେ ଏକ କେସ କୋରାପୁଟ ସଦର ପୋଲିସ ଷ୍ଟେସନରେ ରେଜିଷ୍ଟର କରାଯିବା ସହ ଅଧିକ ଅନୁସନ୍ଧାନ ଜାରି ରହିଛି ବୋଲି ଏସ.ଟି.ଏଫ ପକ୍ଷରୁ ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment