ଲକଡାଉନ ନିୟମ ଉଲଂଘନ ଅଭିଯୋଗରେ ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି ଅନିଲ ଚୌଧୁରୀ ଗିରଫ
Khabar Odisha:Crime-Delhi-congress-president-Anil-Choudhuri-arrested-on-charge-of-lockdown-violation

ନୂଆଦିଲ୍ଲୀ, ମେ ୧୮ (ଖବର ଓଡ଼ିଶା): ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟ (ଡିପିସିସି)ର ସଭାପତି ତଥା ପୂର୍ବତନ ବିଧାୟକ ଅନିଲ ଚୌଧୁରୀଙ୍କୁ ଲକଡାଉନ ନିୟମ ଉଲଂଘନ କରିବା ଅଭିଯୋଗରେ ପୁଲିସ ଗିରଫ କରିଛି । ତାଙ୍କ ବିରୋଧରେ ଗାଜୀପୁର ଥାନାରେ ଆଇପିସିର ଧାରା ୧୮୮ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । 

ଅଭିଯୋଗ ଅନୁସାରେ କଂଗ୍ରେସ କର୍ମୀ ଗାଜୀପୁର ସୀମାରେ ଉପସ୍ଥିତ ପ୍ରବାସୀ ଶ୍ରମିକଙ୍କୁ ନିଜର ଗାଡ଼ିରେ ବାହାରେ ଛାଡ଼ିଥିଲେ । କିନ୍ତୁ ନିୟମ ଅନୁସାରେ ପୋଲିସ ଓ ସ୍ଥାନୀୟ ପ୍ରଶାସନର ବିନା ଅନୁମତିରେ ଏଭଳି କରାଯାଇ ପାରିବ ନାହିଁ । ଏହା ବ୍ୟତୀତ ସେ ଲୋକଙ୍କୁ ଏହି କାମ କରିବାକୁ ଉତ୍ସାହିତ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି । 

ରବିବାର ସକାଳୁ ନ୍ୟୁ ଅଶୋକ ନଗର ଥାନାରେ କିଛି ପୋଲିସ ଅଧିକାରୀ ଦଲ୍ଲପୁରା ସ୍ଥିତ ଅନିଲ ଚୌଧୁରୀଙ୍କ ଘରକୁ ପହଞ୍ଚି, ତାଙ୍କୁ ଗିରଫ କରିଥିଲେ । ତାଙ୍କୁ କୁହାଯାଇଥିଲା ଯେ, ପୋଲିସର ବିନା ଅନୁମତିରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାହାରକୁ ଯାଇପାରିବେ ନାହିଁ । କିନ୍ତୁ ସେହି ସମୟ ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇ ନଥିଲା । ପରେ ଘଟଣା ସଂପର୍କରେ ଅନିଲ ସୋସିଆଲ ମିଡିଆରେ ଏବାବଦରେ ସୂଚନା ପ୍ରଦାନ କରିଥିଲେ । 

 

  • Tags:

Subscribe

National International State Sports Entertainment