ଢେଙ୍କାନାଳ, ଜାନୁଆରୀ ୧୭(ଖବର ଓଡିଶା):
ଢେଙ୍କାନାଳ ଜିଲ୍ଲା ରାସୋଳ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତୀ ଘଟଣାର ହୋଇଛି ପର୍ଦ୍ଦାଫାସ । ଏହି ଲୁଟ ଘଟଣାରେ ୯ ଜଣ ଡକାୟତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏହାସହିତ ଲୁଟ୍ ହୋଇଥିବା ମୋଟ ୭ କେଜି ସୁନା ଅଳଙ୍କାରରୁ ୫ କେଜି ୩୫୮ ଗ୍ରାମ୍ ସୁନା ଗହଣା ପୋଲିସ ଜବତ କରିଛି ।
ତେବେ ଜବତ ହୋଇଥିବା ସୁନାଗହଣାର ଆନୁମାନିକ ମୂଲ୍ୟ ଅଢେଇ କୋଟି ଟଙ୍କା ହେବା ବୋଲି ଅନୁମାନ କରାଯାଉଛି । ସେହିପରି ୧୨ ଲକ୍ଷ ୭୭ ହଜାର ୭୭୩ ଲୁଟ ଟଙ୍କାରୁ ୧୧ ଲକ୍ଷ ୫୫ ହଜାର ଟଙ୍କା ପୋଲିସ ଜବତ କରିଛି । ଦୁଇଟି ବାଇକ, ଗୋଟିଏ ସ୍କୁଟି ଓ ଗୋଟିଏ କାର ମଧ୍ୟ ଜବତ କରାଯାଇଛି ।
ସୂଚନା ଅନୁସାରେ, ଗତ ୧୨ ତାରିଖରେ ୬ ଜଣ ମୁଖାପିନ୍ଧା ଡକାୟତ ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ବ୍ୟାଙ୍କର ଷ୍ଟ୍ରଙ୍ଗ ରୁମରୁ କୋଟି କୋଟି ଟଙ୍କାର ସୁନାଗହଣା ଓ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରିଥିଲେ ।