କର୍ମଚାରୀଙ୍କ ଦରମା କଟାଯାଇଥିବା ନିଷ୍ପତ୍ତି ଫେରାଇ ନେଲା ଏହି ବିମାନ କଂପାନୀ, ବରିଷ୍ଠଙ୍କୁ ଆଶ୍ୱସ୍ତି ନାହିଁ
Khabar Odisha:Business-Airline-company-Vistara-has-roll-back-pay-cut-for-select-employees-from-leval-1-to-3

ମୁମ୍ବାଇ, ମାର୍ଚ୍ଚ ୩୧ (ଖବର ଓଡ଼ିଶା): ଏୟାରଲାଇନ୍ କଂପାନୀ ଭିସ୍ତାରା କିଛି ସ୍ୱତନ୍ତ୍ର ଶ୍ରେଣୀର କର୍ମଚାରୀଙ୍କ ଲାଗି କଟାଯାଇଥିବା ଦରମାରେ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । କଂପାନୀ ନିଜର କର୍ମଚାରୀଙ୍କୁ ପଠାଇଥିବା ଇ-ମେଲ୍‌ରେ କହିଛି ଯେ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ସମେତ ପରିଚାଳନା ସ୍ତରର ଅଧିକାରୀଙ୍କ ଦରମା କଟାଯିବା ପୂର୍ବଭଳି ରହିବ । 

ଟାଟା ସନ୍‌ସ ଏବଂ ସିଙ୍ଗାପୁର ଏୟାରଲାଇନ୍ସ ବୁଝାମଣାରେ ପରିଚାଳିତ ହେଉଥିବା ବିମାନ କଂପାନୀ ୨୦୨୦ ଜୁନରେ କରୋନା ଭାଇରସ ମହାମାରୀ ଯୋଗୁଁ ଯାତ୍ରୀଙ୍କ ଚାହିଦା କମ ହେବା ଓ ବ୍ୟବସାୟ ପ୍ରଭାବିତ ହେବା ପରେ ଡିସେମ୍ବର ୩୧ ଯାଏଁ ପାଖାପାଖି ୪୦ ପ୍ରତିଶତ କର୍ମଚାରୀଙ୍କ ଦରମା କାଟିବାକୁ ଘୋଷଣା କରିଥିଲା । ପରେ ଏହାକୁ ବଢ଼ାଇ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ କରିଦେଇଥିଲା ।

ଭିସ୍ତାରାର ସିଇଓ ଲେସ୍‌ଲୀ ଥିଙ୍ଗ ଇ-ମେଲ୍‌ରେ କହିଛନ୍ତି ଯେ, କଂପାନୀର ବୋର୍ଡ ଏପ୍ରିଲ ପହିଲାରୁ ଲେବେଲ-ରୁ ଲେବେଲ ୩ ପର୍ଯ୍ୟନ୍ତ କର୍ମଚାରୀଙ୍କ ଲାଗି ଲାଗୁ କରାଯାଇଥିବା ଦରମା କଟାଯିବା ନିଷ୍ପତ୍ତି ଫେରାଇ ନେଇଛି । କିନ୍ତୁ ନେତୃତ୍ୱକର୍ତ୍ତା ଦଳ (ଲେବେଲ-୪ ଓ ଲେବେଲ-୫) ଏବଂ ମୋର ଦରମାରେ ୧୫ ପ୍ରତିଶତ ଏବଂ ୨୫ ପ୍ରତିଶତ କଟାଯିବା ଜାରି ରହିବ । 

 

  • Tags:

Subscribe

National International State Sports Entertainment