Home >
ବୋଲଗଡ ରୋଡ୍‌ ରେଳ ଷ୍ଟେସନର ନାଁ ପରିବର୍ତନ ଦାବିରେ ରେଳରୋକ
Khabar Odisha:People-Block-The-Train-Line
ନୟାଗଡ,ମେ ୧୫(ଖବର ଓଡିଶା): ନୟାଗଡ ରେଳ ଷ୍ଟେସନରେ ରେଳରୋକ ହୋଇଛି । ମାଣିକାଗୋଡା ଗାଁର ଲୋକମାନେ ରେଳରୋକ କରିଛନ୍ତି । ବୋଲଗଡ ରୋଡ୍‌ ରେଳ ଷ୍ଟେସନର ନାମ ପରିବର୍ତନ କରିବାର ଦାବି ରଖି ଏହି ରେଳରୋକ୍‌ ହୋଇଛି । ଉକ୍ତ ରେଳ ଷ୍ଟେସନର ନାଁକୁ ମାଣିକାଗୋଡା ଷ୍ଟେସନ କରିବାକୁ ଦାବି ରଖିଛନ୍ତି ଗାଁ ଲୋକ ।
 
ମାତ୍ର ମିଳିଥିବା ସୂଚନା ଅନୁଯାୟୀ ବୋଲଗଡ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ହେବା ପରେ ଏବେ ଆନ୍ଦୋଳନକାରୀମାନେ ଆନ୍ଦୋଳନରୁ ଓହରି ଯାଇଛନ୍ତି । ମାତ୍ର ଏକମାସ ମଧ୍ୟରେ ରେଳ ଷ୍ଟେସନର ନାମ ପରିବର୍ତନ ନ ହେଲେ ପୁଣି ଆନ୍ଦୋଳନକାରୀମାନେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛନ୍ତି ।
  • Tags:

Subscribe

National International State Sports Entertainment