Home >
ରାଜ୍ୟରେ ଅଗ୍ନିବର୍ଷା, ଆସନ୍ତା ୨୦ରୁ ପୂର୍ଣ୍ଣ ଘୂର୍ଣ୍ଣିବଳୟ ସମ୍ଭାବନା
Khabar Odisha:Hot-Weather-in-Odisha
ଭୁବନେଶ୍ୱର,ମେ ୧୫(ଖବର ଓଡିଶା): ରାଜ୍ୟସାରା ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ତାତି ସାଂଗକୁ ଗୁଳୁଗୁଳି ସାଧାରଣ ଜୀବନଯାତ୍ରାକୁ  ଅସ୍ତବ୍ୟସ୍ତ କରି ପକାଇଛି । ପ୍ରାୟ ୧୩ଟି  ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଥିବାବେଳେ ବଲାଙ୍ଗୀରରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି । ଲାଗି ରହିଥିବା ତାତି ଆସନ୍ତା ୪ ଦିନ ଧରି ଜାରି ରହିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ରାଜଧାନୀ ଭୁବନେଶ୍ୱରରେ ଆଜି ମଧ୍ୟ ଗତକାଲି ପରି ଗ୍ରୀଷ୍ମପ୍ରବାହ ଜାରି ରହିବା ସହ ତାପମାତ୍ରାରେ ବୃଦ୍ଧି ଘଟିପାରେ ବୋଲି ଅନୁମାନ କରାଯାଇଛି । 
 
ସୂଚନା ଅନୁସାରେ ଆସନ୍ତା ୨୦ ତାରିଖ ବେଳକୁ ଓଡିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଫଳରେ ପଶ୍ଚିମ ଉତ୍ତର ଦିଗରୁ ଆସୁଥିବା ଶୁଷ୍କ ଓ ଉଷ୍ମ ବାୟୁ ପ୍ରବାହ ପ୍ରତିରୋଧ ହୋଇ ଗ୍ରୀଷ୍ମପ୍ରବାହ ହ୍ରାସ ପାଇବା ନେଇ ପୂର୍ବାନୁମାନ କରାଯାଇଛି ।
  • Tags:

Subscribe

National International State Sports Entertainment